ପୁରା ଖବର ବିଷୟରେ



ରାୟଗଡା ଜିଲାପାଳଙ୍କ କଲ୍ୟାଣସିଂହପୁର ଗ୍ରସ୍ତ |

Oct 24 2024 7:42AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକକୁ ଆଜି ଜିଲାପାଳ ପାରୁଲ ପଟୱାରି ଗ୍ରସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପାରୁଲ ପଟୱାରି ପ୍ରଥମେ ବୁଡ଼ାଗୁଡା ପଞ୍ଚାୟତ ଘରତୁଲି ପରିଦର୍ଶନ କରିବା ପରେ କଲ୍ୟାଣ ସିଂହପୁରରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତକରିଥିଲେ | ସମସ୍ତ ଶ୍ରେଣୀ ଗୃହ,ତିନୋଟି ବିଜ୍ଞାନାଗାର,ରୋଷେଇ ଘର ପରିଦର୍ଶନ କରିଥିଲେ । ରୋଷେଇୟାଙ୍କୁ ଆଜି କଣ ରୋଷେଇ କରୁଛ,ସବୁଦିନ କେତେ ପିଲାଙ୍କ ରୋଷେଇ ହେଉଛି ପଚାରି ବୁଝିବା ସହ ମହିଳା ସଂଘ ସହିତ ଆଲୋଚନା କରିଥିଲେ ।ବିଦ୍ୟାଳୟ ଛାତ୍ର ଛାତ୍ରୀ ନିବାସ ବିଷୟରେ ବିଦ୍ୟାଳୟ ଅଧ୍ୟକ୍ଷ ସଙ୍ଗୀତ ପାଲକା ଙ୍କୁ ପଚାରି ବୁଝିଥିଲେ । ଏହାପରେ ମେଦରୀ ସାହିରେ ଥିବା ମେଦ୍ରୀ ସମ୍ପ୍ରଦାୟର ଲୋକମାନେ କାଳିଆ ଓ ମାଝୀଗୌରୀ ସଂଘ ପକ୍ଷରୁ ବାଉଁଶରେ ତିଆରି କରୁଥିବା ବିଭିନ୍ନ ସାମଗ୍ରୀ ଦେଖିଥିଲେ । ଏହି ସାମଗ୍ରି ଗୁଡିକ କିପରି ବାହାରେ ବିକ୍ରି କରାଯାଇପାରିବ ତାହାର ବ୍ୟବସ୍ତା କରି ଜିଲ୍ଲାର ଯେ କୌଣସି ସ୍ଥାନରେ ମେଳା କରାଯିବ ସେହିସ୍ଥାନରେ ବାଉଁଶରେ ତିଆରି କରାଯାଉଥିବା ଜିନିଷର ପଦର୍ଶନୀ ନିମନ୍ତେ ଏକ ଷ୍ଟଲର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଏହି ଜିନିଷ ତିଆରି କରି ରଖିବା ପାଇଁ ଗ୍ରୁଫ ପକ୍ଷରୁ ଏକ ଘର ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ପାର୍ଷାଲି ପଞ୍ଚାୟତର କାଡ୍ରାକା ବଣ୍ଡେଲି,ପାରମାଳି,ଟାମକଶିଳା ଗ୍ରାମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣଧିନ ଆବାସ ଗୃହ ଗୁଡିକୁ ବୁଲି ପରିଦର୍ଶନ କରିଥିଲେ । ତାହା ଶିଘ୍ର କରାଯାଉ ନାହିଁ କାହିଁକି ବୋଲି ହିତାଧିକାରୀଙ୍କୁ ପଚାରିଥିଲେ। ଏହାରି ପ୍ରତି ଉତ୍ତର ରେ ହିତାଧିକାରୀ ଶୀଘ୍ର ଟଙ୍କା ପୈଠ ନିମନ୍ତେ ଗୁହାରି କରିଥିଲେ | କାଡ୍ରାକା ବଣ୍ଡେଲି ଗ୍ରାମରେ ହୋଇଥିବା ଶିଶୁ ଗୃହ ପରିଦର୍ଶନ କରିଥିଲେ । ଏହାପରେ କାନସୁର ବାଳକ ବାଳିକା ଶିକ୍ଷା ନିକେତନ ଉଚ୍ଚବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଜିଲାପାଳ ଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ମନୀଷା ଦାସ,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ,ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମମତା ରାଣୀ ଦାସ,ବ୍ଲକ ଯନ୍ତ୍ରୀ ଗିରିଜା ଶଙ୍କର ପତି,ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥାରୁ ଯନ୍ତ୍ରୀ ଅଶୋକ କୁମାର ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।