ପୁରା ଖବର ବିଷୟରେ



ଧାମନଗର ବ୍ଲକ୍ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Oct 22 2024 9:16AM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଏହି ଯୁଗ୍ମ ଜନଶୁଣାଣୀ ଶିବିରରେ ୧୦୬ ଟି ଅଭିଯୋଗ ଆଗତ ହୋଇଥିଲା । ତନ୍ମଧ୍ୟରୁ ୯୬ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ହୋଇଥିଲା ବେଳେ ୨୨ ଗୋଟି ଗ୍ରାମ ସମ୍ବନ୍ଧୀୟ ସମସ୍ୟା,୪ ଗୋଟି ରେଡ୍ କ୍ରସ୍ ସହାୟତା ସମସ୍ୟା ଓ ୨ ଗୋଟି ଡିସ୍ ପୋଜ୍ ସମସ୍ୟା ଥିଲା । ଜିଲ୍ଲାପାଳ ଭଦ୍ରକ ଜନସାଧାରଣ ମାନଙ୍କର ସମସ୍ତ ସମସ୍ୟାକୁ ଶୁଣାଣି କରି, ଏହାକୁ କିପରି ତୁରନ୍ତ ସମାଧାନ କରାଯିବ, ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କଢ଼ା ନିର୍ଦ୍ଦେଶ ଦେବା ସହିତ ଉପସ୍ଥିତ ଦିବ୍ୟାଙ୍ଗ ମାନଙ୍କୁ ୩ ଚକିଆ ରିକ୍ସା ପ୍ରଦାନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।