ପୁରା ଖବର ବିଷୟରେ



ପାଚିକା ଓ ସହାୟିକା ହେଲେ ତେଜୀୟାନ ନିଦ ତେଜିବ କି ପ୍ରଶାସନ ।

Oct 21 2024 5:46PM
(ରିପୋର୍ଟ : ପ୍ରସାଦ ଲିମା) ସର୍ବ ଭାରତୀୟ କେନ୍ଦ୍ରୀୟ ନିୟୋଜନ ଶ୍ରମିକ ସଂଗଠନ ଦକ୍ଷିଣ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ, ଗୁଡ଼ାରୀ ବ୍ଲକ ଶାଖା ତରଫରୁ ମହାସଂଘର ଉପଦେଷ୍ଟା ତଥା ଆବାହକ ଶ୍ରୀ ତ୍ରିପତି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଶ୍ରୀମତି ମୁକ୍ତା ଶବରଙ୍କ ସଭାପତିତ୍ୱରେ ୧୩ ଦଫା ଦାବିରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ଓ ଜନ ବିରୋଧି ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ।ପାଚିକା ଓ ସହାୟିକା ମାନଙ୍କର ଦାବୀ ହକ ଓ ଅଧିକାର ଉପରେ ୧୩ ଦଫା ଦାବୀ ଯଥା ସରକାରୀ ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ବେତନ,କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ୨୦୦୯ ଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦ % ବକେୟା ପାରିଶ୍ରମିକ ପ୍ରଦାନ, ବାର୍ଷିକ ୪ ଗୋଟି ସୁତାଲୁଗା ପ୍ରଦାନ, ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ଫଳରେ ବାଦ ପଡ଼ିଥିବା ପାଚିକାଙ୍କୁ ଅନ୍ୟତ୍ର ନିଯୁକ୍ତି, ନୂତନ ଶ୍ରମକୋଡ଼ ବାତିଲ କରାଯାଉ, ସରକାରଙ୍କ ଦ୍ୱାରା ସହ କରାଯାଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକକୁ ତୁରନ୍ତ ଖୋଲାଯାଇ ପାଚିକା ନିଯୁକ୍ତି ଦିଆଯାଉ, ବାର୍ଷିକ ୧୦ ମାସ ପାରିଶ୍ରମିକ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ସହ ମଇ ଓ ଜୁନ ୨୦୨୨ ରେ କାର୍ଯ୍ୟରତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉ, ପ୍ରସୂତି କାଳୀନ ତଥା ଅନ୍ୟାନ୍ୟ ଛୁଟି ବ୍ୟବସ୍ଥା କରାଯାଉ, ଅବସର କାଳୀନ ବୟସ ସୀମା ୬୨ କୁ ବୃଦ୍ଧି କରାଯିବା ସହ ଅବସର କାଳୀନ ଭତ୍ତା ଲାଗୁ କରାଯାଉ, ଇତ୍ୟାଦି ୧୩ ଦଫା ଦାବୀ ନେଇ ଆସନ୍ତା ନଭେମ୍ବର ମାସରେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ।ବ୍ଲକ ପାଚିକା ଓ ସହାୟିକା ସଙ୍ଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀମତି ମୁନି ଶବର,ଗୁଡ଼ାରୀ ବ୍ଲକ ସଭାପତି ମୁକ୍ତା ଶବର,ସବିତା ଶବର, ତୁଲାସା ମଲ୍ଲିକ, ସେବତୀ ଶବର, ଏ. ସବେତ୍ରୀ, ପୁଷ୍ପା ତଇକା, ରୀନା ଶବର, ରିନୁ କିମ୍ଵାକା,ତାରିଣୀ ବାରିକ, ସନ୍ତୋଷୀ କୈବର୍ତ୍ତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବ୍ଲକ ସ୍ତରୀୟ ଶତାଧିକ ପାଚିକା ଓ ସହାୟିକା ମାନେ ଉପସ୍ଥିତ ରହିଥିଲେ।