ପୁରା ଖବର ବିଷୟରେ



ନିକତ୍ସ ପଲ୍ଲୀରେ ଫୁଟିଛି ମଲ୍ଲୀ

Oct 21 2024 11:48AM
(ରିପୋର୍ଟ: ପ୍ରସାଦ ଲିମା) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଅସଡା ଗ୍ରାମପଞ୍ଚାୟତ ସଦରମହକୁମା ସ୍ଥିତ ନିକତ୍ସ ପଲ୍ଲୀ,ଅନୁସୂଚୀତ ଜାତି ପଡ଼ାରେ ବ୍ଳକର ପ୍ରଥମ ମହିଳା ଓଡ଼ିଶା ପ୍ରଶାସନିକ ସେବାରେ ୪୮୪ ରାଙ୍କ ରଖି କୃତକାର୍ଯ୍ୟ ହାସଲ କରିଛନ୍ତି ପିଲ୍ଲୋଲିକା ପ୍ରିୟଦର୍ଶନୀ । ପିତା ଶ୍ରୀ ମାଧବ ମହାନନ୍ଦିଆ,(ବି ଇ ଓ କାର୍ଯ୍ୟାଳୟ କୁଡୁମୁଲୁଗୁମାରେ ସେକ୍ସନ ଅଫିସର ) ଓ ମାତା ଶ୍ରୀମତି ଆର. ଘାସିନୀ ( ଶିକ୍ଷୟିତ୍ରୀ, ସେବାଶ୍ରମ ଟଙ୍ଗାଗୁଡ଼ା )। ଅସଡ଼ା ଗ୍ରାମର ଗରିବ ମଧ୍ୟବିତ୍ତ ପରିବାର ସ୍ବର୍ଗତ ସୁଜନ ମହାନନ୍ଦିଆ ଓ ମାତା ସ୍ବର୍ଗୀୟା ସମବାରୀ ମହାନନ୍ଦିଆଙ୍କ ଔରସରୁ ମାଧବ ଜନ୍ମ ଗ୍ରହଣ କରନ୍ତି । ପରେ ପରେ ଏକ ଝିଅ ଓ ପୁଅ ଜନ୍ମ ନିଅନ୍ତି। ପିତାମାତାଙ୍କ ଆଧ୍ୟାତ୍ମିକ ଚେତନାବାଦୀ ଥିଲେ। ଅନେକ ପରିଶ୍ରମ କରି ପିଲାମାନଙ୍କୁ ପାଠ ପଢ଼ାନ୍ତି। କାଳକ୍ରମେ ମାଧବ ସ୍ନାତକ ଉତ୍ତୀର୍ଣ୍ଣ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରିରେ ସରକାରୀ ବିଭାଗରେ କିରାଣୀ ଭାବେ ନିଯୁକ୍ତି ପାଆନ୍ତି। ତତ୍ପରେ ମାଧବ ଛନ୍ଦି ହୁଅନ୍ତି ଶ୍ରୀମତି ଘାସିନୀ ସହ। କାଳକ୍ରମେ ୨ ଗୋଟି ସନ୍ତାନ, ଗୋଟିଏ ପୁଅ ଗୁଡ଼ୁ ଓ ଗୋଟିଏ ଝିଅ ପିଲ୍ଲୋଲିକା । ଦୁହେଁ ଉଚ୍ଚ ଶିକ୍ଷିତ। ପରିବାର କହିଲେ ସମସ୍ତେ ଶିକ୍ଷିତ ପରିବାର । ପିତାମାତାଙ୍କ ପ୍ରେରଣାରେ ଝିଅ ପିଲ୍ଲୋଲିକା ସମାଜ ସେବା ଉଦ୍ଧେଶରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 484 ରାଙ୍କରେ କୃତକାର୍ଯ୍ୟ ହାସଲ କରିଛନ୍ତି। ଝିଅ ପିଲ୍ଲୋଲିକା ଓ.ଏ.ଏସ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବାରିବାରବର୍ଗର ବହୁତ ଖୁସି ଥିବାବେଳେ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ସ୍ୱଜନଙ୍କ ଠାରୁ ଅନେକ ଶୁଭେଚ୍ଛାର ସୁଅ ଛୁଟି ଆସୁଥିବା ପିତା ମାଧବ ମହାନନ୍ଦିଆ କହିଛନ୍ତି। ଗରିବ ଆଦିବାସୀ, ଦଳିତ ଓ ନିଷ୍ପେସିତ ମାନଙ୍କ ପାଇଁ ସେବା କରିବା ସହ ସରକାରଙ୍କ ପ୍ରତ୍ୟେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ମୋର ମୂଳ ଲକ୍ଷ ବୋଲି ମତପ୍ରକାଶ କରିଛନ୍ତି।