ପୁରା ଖବର ବିଷୟରେ



ଓପିଏସସି ପରୀକ୍ଷା ଉତୀର୍ଣ୍ଣରେ ଧୀରେନ୍ଦ୍ର କୋଣ୍ଡାଗିରି l

Oct 21 2024 8:20AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ବୁଡ଼ାଗୁଡା ଗ୍ରାମର ଦାସ କୋଣ୍ଡାଗିରି ଓ ମାତା ସଂଯୁକ୍ତା କୋଣ୍ଡାଗିରି ଙ୍କ ପୁତ୍ର ଧୀରେନ୍ଦ୍ର କୋଣ୍ଡାଗିରି ଓପିଏସସି ପରୀକ୍ଷା ରେ ୫୭୩ ରେଙ୍କରେ ଉତୀର୍ଣ୍ଣ ହୋଇ କଲ୍ୟାଣ କଲ୍ୟାଣ ସିଂହପୁର ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି l ତାଙ୍କ ପିତା, ମାତା,ପତ୍ନୀ ଖୁସି ହେବା ସହ ଅଞ୍ଚଳବାସି ଙ୍କ ମନରେ ଖୁସିର ଲୋହରି ଖେଳି ଯାଇଛି l ବର୍ତମାନ ସେ ଲାଞ୍ଜିଆ ସୌରା ଏଜେନ୍ସି ପୁଟ୍ଟାସିଂ ରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି l ଏଥି ପୂର୍ବରୁ ସେ ସେମିଲିଗୁଡା ବ୍ଲକ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଓପିଏସସି ପରୀକ୍ଷା ପାଇଁ ଶ୍ରୀ ଧୀରେନ୍ଦ୍ର କୁମାର କୋଣ୍ଡାଗିରି କଠିଣ ରୁ କଠିଣ ପରିଶ୍ରମ କରି ଫଳସ୍ୱରୂପ ଉତୀର୍ଣ୍ଣ ହାସଲ କରିପାରିଛନ୍ତି l କଲ୍ୟାଣ ସିଂହପୁର ବ୍ଲକ ପାଇଁ ଗୌରବ ଆଣି ଅଞ୍ଚଳ ବାସୀଙ୍କ ହୃଦୟ କିଣିଛନ୍ତି l