ପୁରା ଖବର ବିଷୟରେ



ବେଣ୍ଟିଗୁଡା ମହିମା ଅଲେଖ ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ।

Oct 17 2024 4:20PM
(ରିପୋର୍ଟ :ପ୍ରସାଦ ଲିମା) ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ସାନହୁମା ଗ୍ରାମପଞ୍ଚାୟତ ବେଣ୍ଟିଗୁଡା ଗ୍ରାମର ମହିମା ଅଲେଖ ଧର୍ମ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଭକ୍ତ ଶ୍ରୀ ନବକୃଷ୍ଣ ଗମାଙ୍ଗ ଓ ପୁତ୍ରୀ କମଳା ବତୀ ଗମାଙ୍ଗଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ଯୋରନ୍ଦା ମହିମା ଗାଦିରୁ ୪ଜଣ ବକଳ ଧାରୀ ବାବା ବ୍ରହ୍ମ ଅବଦୁତ ଜୟରାମ ବାବା, ବ୍ରହ୍ମ ଅବଦୁତ ପ୍ରସନ ବାବା, ବ୍ରହ୍ମ ଅବଦୁତ ସୁକାନ୍ତ ବାବା, ବ୍ରହ୍ମ ଅବଦୁତ ଧ୍ରୁବାନନ୍ଦ ବାବା ସମେତ ସାଧୁ ଅନାମ ଦାସ, ସାଧୁ ବିଜୟନନ୍ଦ ଦାସ, ସାଧୁ ଦୟାନିଧି ଦାସ, ସାଧୁ ଗୌତମ ଦାସ, ସାଧୁ ଅନାଦି ଦାସ, ସାଧୁ ଶ୍ୟାମ ଦାସ, ସାଧୁ ନିରଞ୍ଜନ ଦାସ, ସାଧୁ ସଦାନନ୍ଦ ଦାସ, ସାଧୁ ସୁଦିପ ଦାସ, ସାଧୁ ସୁଜିତ ବୈରାଗୀ, ଯୋଗ ଦେଇଥିଲେ । ଉତ୍ସବରେ ମହାଦୀପ ସହ ହୋମ ଯଜ୍ଞ, ମହାଦୀପକୁ ଗ୍ରାମ ପରିକ୍ରମା, ଭୋଜନ, ଭଜନ, ଯାଜନ, ସତସଙ୍ଗ, ଆଶୀର୍ବାଦ ସହ ଶରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ବ୍ଲକର ବିଭିନ୍ନ ଗ୍ରାମର ଭକ୍ତ ମାନଙ୍କୁ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ଉପସ୍ଥିତ ରହି ସହଯୋଗ କରିଥିଲେ।