ପୁରା ଖବର ବିଷୟରେ



ପାଚିକା ଓ ସହାୟିକା ମାନଙ୍କ ୨୬ ହଜାର ଟଙ୍କା ଦରମା ନଚେତ ଗାଦି ଛାଡ।

Oct 16 2024 3:47PM
ରିପୋର୍ଟ:ପ୍ରସାଦ ଲିମା, ଅଲ ଇଣ୍ଡିଆ ସେଣ୍ଟାଲ କାଉନସିଲିଂ ଟ୍ରେଡ଼ ୟୁନିୟନ (AICCTU) ଦ୍ୱାରା ପରିଚାଳିତ ଦକ୍ଷିଣ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ ତରଫରୁ ଗୁଣପୁର ସଦର ଡାକବଙ୍ଗଳା ଠାରେ ବ୍ଲକ ସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ ଜନ ବିରୋଧି ନିତି ବିରୁଦ୍ଧରେ ନଭେମ୍ବର ମାସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ସହ ବିଧାନସଭା ଘେରାଉ କରିବା ପାଇଁ ସଂଘର ଉପଦେଷ୍ଟା ଶ୍ରୀ ତ୍ରିପତି ଗମାଙ୍ଗଙ୍କ ଉଦବୋଧନ ସହ ଚେତାବନୀ (୧) ପାଚିକା ଓ ସହାୟିକା ମାନକୁଂ ସରକାରି ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ପ୍ରଦାନ, (୨)ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ପ୍ରଦାନ, (୩) କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ୨୦୦୯ ଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ, (୪) ନୂତନ ଶିକ୍ଷା ନିତି ୨୦୨୦ ବାତିଲ କରିବା, (୫) ପିଲା ସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ପ୍ରଦାନ କରିବା, (୬)ପାଚିକାମାନଙ୍କୁ ବାର୍ଷିକ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା, (୭) ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର ଭତ୍ତା ପ୍ରଦାନ କରିବା, (୮)ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, (୯) ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, (୧୦)ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା,(୧୧) ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ ବନ୍ଦ କରିବା, (୧୨) ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ ସହ ସାମାଜିକ ନିରାପତ୍ତା ବୀମାଭୁକ୍ତ କରିବା,(୧୩) ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରିବା, (୧୪) ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା ସହ ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଉ ବୋଲି ଦାବୀ କରିଥିଲେ। ମୁନି ଶବର ( ସଭାପତି) ମୁକ୍ତି ଲତା ଶବର, ମାଧୁରୀ ଗୌଡ, ସବିତା ଶବର, ମଞ୍ଜୁ ଲତା ମାଝୀ, ଇଲାମି ଶବର, ପୁଷ୍ପାଞ୍ଜଳି ଶବର, କୁମାରୀ ଶବର, ସମେତ ଶତାଧିକ ପାଚିକା ଓ ସହାୟିକା ମାନେ ଉପସ୍ଥିତ ରହିଥିଲେ।