ପୁରା ଖବର ବିଷୟରେ



ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ୭୮ ତମ ଜନ୍ମଦିନ ଅବସରରେ ନୂତନ ବସ ଷ୍ଟପ ଉଦ୍ଧଘାଟନ l

Oct 16 2024 3:44PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ଆଜି କୁମାର ପୁର୍ଣିମା ତଥା ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଠାରେ ଯାତ୍ରୀ ମାନଙ୍କୁ ବସ ଅପେକ୍ଷା ର ସୁବିଧା ନିମନ୍ତେ ନୂତନ ବସ ଷ୍ଟପ ଶୁଭ ଉଦ୍ଧଘାଟନ ହୋଇଯାଇଛି l ସୁନାଖଣ୍ଡି ପଞ୍ଚାୟତ ର ସରପଞ୍ଚ ଶ୍ରୀ ସଞ୍ଜୟ ନିଶିକା ଏବଂ ସମିତି ସଭ୍ୟ ଶମ୍ଭୁରୁ କୁଳିସିକା ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟ୍ୟକ୍ଷ ଡମ୍ବରୁ କଞ୍ଜାକା ଙ୍କ ଦ୍ୱାରା ରିବନ କାଟି ଉଦ୍ଧଘାଟନ କରାଯାଇଥିଲା l ଏଥିରେ ଅଞ୍ଚଳ ରୁ ଗେଦେଲା ଶ୍ରୀନିବାସ ରାଓ ଙ୍କ ସହ ବହୁ ବୁଦ୍ଧିଯିବି ମାନେ ଉପସ୍ଥିତ ରହିଥିଲେ l ଉକ୍ତ ସ୍ଥାନରେ ବସ ଷ୍ଟପ ହେବାରୁ ରାୟଗଡା ଓ କଲ୍ୟାଣ ସିଂହପୁର କୁ ଯିବା ଆସିବା କାରିବା ଯାତ୍ରୀଙ୍କ ପାଇଁ ଅପେକ୍ଷା ନିମନ୍ତେ ବସ ଷ୍ଟପ ନିର୍ମାଣ ହୋଇଥିବାରୁ ଅଞ୍ଚଳ ର ଲୋକ ମାନେ ବହୁତ ଖୁସି ଅନୁଭବ କରୁଛନ୍ତି l ଏହା ପୂର୍ବରୁ ରାୟଗଡା କିମ୍ବା କଲ୍ୟାଣ ସିଂହପୁର ଯିବା ଆସିବା ନିମନ୍ତେ ଅପେକ୍ଷା କରୁଥିବା ଯାତ୍ରୀ ମାନେ ବିଶ୍ରାମାଗାର ନ ଥିବାରୁ ବର୍ଷା ଖରା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ l ବର୍ତମାନ ନୂତନ ଭାବେ ବସ ଷ୍ଟପ ତିଆରି ହେବାରୁ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି l