ପୁରା ଖବର ବିଷୟରେ



ବିଶ୍ୱ ବନ୍ଦନୀୟା ଦେବୀ ମାଁ ଦୁର୍ଗାଙ୍କ ଦର୍ଶନେ ଭକ୍ତ ଉତ୍ସବ ମୁଖର

Oct 14 2024 10:37AM
( ରିପୋର୍ଟ :ପ୍ରସାଦ ଲିମା) ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ବନ୍ଦନୀୟା ଦେବୀ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଗୁଡ଼ାରୀ ସହରରେ ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ୧୯ ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ମୃଣ୍ମୟୀ ମୂର୍ତ୍ତିରେ ଜୀବନ୍ତ ପ୍ରତିମା ମାଁ ଦୁର୍ଗା। ମନେ ହୁଏ ସତେ ଯେମିତି ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଦୁର୍ଗତିନାଶିନୀ ମାଁ ଦୁର୍ଗା। ଦୁର୍ଗାପୂଜା ମଣ୍ଡପ ଆଜି ଲୋକାରଣ୍ୟ। ସୁସଜ୍ଜିତ ମେଢ଼ ସାଙ୍ଗକୁ ରଙ୍ଗବେରଙ୍ଗର ତ୍ୱରଣ ଓ ଆଲୋକ ମାଳା। ହଜାର ହଜାର ଭକ୍ତଙ୍କ ସମାଗମ, ମୋହି ନେଇଛି ଦର୍ଶକଙ୍କ ମନ। ଚଳିତ ମାସ ୯ ତାରିଖ ଠାରୁ ଆଚାର୍ଯ୍ୟ ଶ୍ରୀ ଭବାନୀ ଶଙ୍କର ତ୍ରିପାଠୀ ଓ ସହଯୋଗୀ  ଅକ୍ଷୟ କୁମାର ତ୍ରିପାଠୀ ଏବଂ ହୃଷିକେଶ ପାଢ଼ୀଙ୍କ ପୌରହିତ୍ୟରେ ଗଙ୍ଗା ଆବାହନ, ବିଲ୍ଵଧିବାସ,ସୂର୍ଯ୍ୟ ପୂଜା, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା, ଷୋଡଶ ଉପଚାର ପୂଜା, ଆରତୀ, ଚଣ୍ଡୀପାଠ, ବିଲ୍ଵର୍ଚନା, ହୋମ ଯଜ୍ଞ, ଅପରାଜିତା ପୂଜା, ବିଜୟା ଦଶମୀ, କୁସ୍ମାଣ୍ଡବଳି, ପୁଷ୍ପାଞ୍ଜଳି, ପୂର୍ଣ୍ଣାହୁତି, ପୁଣ୍ୟାହବଚନ, ଆଶୀର୍ବାଦ ସହ ଘଟ ବିସର୍ଜନ କର୍ମ ରୀତିନୀତି ଅନୁଯାୟୀ ଦୈନନ୍ଦିନ ପୂଜା ଅର୍ଚ୍ଚନା କାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତାଭାବେ ଶ୍ରୀ କେଦାରନାଥ ସାହୁ ଓ ଧର୍ମପତ୍ନୀ ଶ୍ରୀମତି ସାହୁ କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଆସନ୍ତା ୨୦୨୫ ଟାଉନ ଦୁର୍ଗାପୂଜା କମିଟିର ୨୦ ବର୍ଷ ପୂର୍ତ୍ତି ଅବସରରେ ମାଁ ଦୁର୍ଗାଙ୍କ ପୂଜା ଅତି ଉନ୍ନତ ମାନର ସହ ସମସ୍ତ ପ୍ରକାରର ପୁରାତନ ବିଧିବିଧାନ ଏବଂ ନୂତନ ପ୍ରଣାଳୀ ଅବଲମ୍ବନ ପାଳନ କରିବାପାଇଁ ଚେଷ୍ଟା କରିବୁ ବୋଲି କମିଟିର ସଭାପତି ଶ୍ରୀ ସନ୍ତୋଷ ମହାନ୍ତି ମତ ପ୍ରକାଶ କରିଛନ୍ତି। ଜନସମାବେଶକୁ ଦୃଷ୍ଟିରେ ରଖି ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ ଆରକ୍ଷୀ ଓ ଗୃହରକ୍ଷୀ ମାନଙ୍କୁ ମୁତୟନ କରିଥିଲେ।