ପୁରା ଖବର ବିଷୟରେ



ବିପୁଳ ପରିମାଣର ମଦ ଜବତ ଏବଂ ୫ ଗିରଫ

Oct 12 2024 10:51PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ଯୁକ୍ତ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯୁକ୍ତ ଅଭିଳାଷ ପାଲ ଓ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍ ର ଉପ ନିରୀକ୍ଷକ ଶ୍ରୀ ଯୁକ୍ତ ରବି ବେହେରା ଙ୍କ ତତ୍ତ୍ଵାବଧାନରେ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ାଉ କରାଯାଇ ୮ . ୮୨ ଲିଟର ବିଦେଶୀ ମଦ ,୧୮.୨ ଲିଟର ବିୟର୍,୧୫.୪ ଲିଟର ଦେଶୀ ମଦ ଜବତ୍ ହେବା ସହିତ ଏଥିରେ ସମ୍ପୃକ୍ତ ଧୂଷୁରୀ ଥାନା ଅନ୍ତର୍ଗତ ବାଙ୍କ ସାହି,ନଦିଗାଁ, ଅର୍ଜୁନପୁର ,ବେତଳିଗାଁ ଅଞ୍ଚଳର ପର୍ଶୁରାମ ମାଝୀ,ପାର୍ଥସାରଥୀ,ଶରତ ମଳିକ,ଋଷି ରାମ ମଳିକ ଓ ସନ୍ତୋଷ ମଳିକ ଆଦି ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି l ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ ରସ୍ମିରେଖା ଜେନା, କନେଷ୍ଟବଳ ଶିବପ୍ରସାଦ ସାହୁ, ମିଥୁନ ଜେନା, ସନ୍ଧ୍ୟାରାଣୀ ସେନାପତି,ସୁଭାସିସ ରାଉତ,ଅଜୟ ଦାସ ,ରମାକାନ୍ତ ବାରିକ ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ କେସ ନଂ: ୧୨୫,୧୨୬/୨୪-୨୫ ଓ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ କେସ ନ:୨୮୦,୨୮୧,୨୮୨/୨୪-୨୫ ମୂଳେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି।