ପୁରା ଖବର ବିଷୟରେ



ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ।

Oct 9 2024 11:59AM
(ରିପୋର୍ଟ :ପ୍ରସାଦ ଲିମା ), ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ 5T ଶ୍ରେଣୀ ଗୃହରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ତତ୍ତ୍ୱଧାନରେ ୧୩ ତମ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଗତ ଅକ୍ଟୋବର ୧୧-୨୦୧୨ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ମିଳିତ ଜାତିସଂଘରେ କନ୍ୟା ସନ୍ତାନ ଦିବସ ଘୋଷିତ ହୋଇଥିଲା।ସେହି ବର୍ଷ ଠାରୁ ପ୍ରତିବର୍ଷ ଭଳି ପାଳିତ ହୋଇ ଆସୁଥିବା ବେଳେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀରେ ପାଳନ ହୋଇଛି । ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିଭାବେ ଗୁଡ଼ାରୀ ବିଡ଼ିଓ ଅନିଶା ଦାସ ଯୋଗଦେଇ କାର୍ଯ୍ୟକ୍ରମର ବିଶ୍ୱ ସ୍ତରରେ ଲିଙ୍ଗଗତ ଅସମନତା, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ,, ଆଇନଗତ ଅଧିକାର, ସେବା, ଭେଦଭାବରୁ ସୁରକ୍ଷା, ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା, ଏବଂ ବାଧ୍ୟତା ମୂଳକ ବାଲ୍ୟ ବିବାହ  ସମ୍ପର୍କରେ ମତାମତ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ କନ୍ୟା ତଥା ଛାତ୍ରୀ ମାନଙ୍କ ମନବଳକୁ ସୁଦୃଢ, ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ବକୃତା, ପ୍ରବନ୍ଧ ଲିଖନ ଏବଂ ଗୀତ ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସେଥିରେ ୧୨୦ ଜଣ ଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରୀ ମାନଙ୍କୁ ମାନପତ୍ର ସହ ମୋହରଦେଇ ସମ୍ମାନିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ନିରୁପମା ଶବର, ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ, ଶିଶୁ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ। ଶେଷରେ ସିଡିପିଓ ଶ୍ରୀମତି ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ।