ପୁରା ଖବର ବିଷୟରେ



କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ ଅନୁଷ୍ଠିତ

Oct 8 2024 8:50PM
(ବ୍ୟୁରୋ ରିପୋର୍ଟ)କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷl ତଥା କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଳାପାଳ ଶ୍ରୀ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢି, ଡି ଏଫ୍ ଓ,( ସାଉଥ୍) ଶ୍ରୀ କଲାଇ ଭାନାନ ଆର, ଡି ଏଫ୍ ଓ ( ନର୍ଥ) ଶ୍ରୀ ଅନୁରାଗ ମିଶ୍ର, ମାନ୍ୟବର ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ଶ୍ରୀ ହିମାଂଶୁ ପଣ୍ଡା, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦିଲ୍ଲିପ କୁମାର ମହାରଣା,ପି ଡି, ଡୁଡା, ମୁନୀନ୍ଦ୍ର ହୋନନାଗା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରବୀର କୁମାର ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଜିଲ୍ଲା ର ସମସ୍ତ ବ୍ଲକ ର ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଥିଲେ । ବୈଠକରେ ମୁଖ୍ୟତଃ ଏମ୍ ଜି ଏନ୍ ଆର୍ ଇ ଜି ଏ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଛ ଭାରତ ମିଶନ, ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ମାଣ ଶ୍ରମିକ, ମଧ୍ୟାହ୍ନ ଭୋଜନ, ସମଗ୍ର ଶିକ୍ଷା ମଧ୍ୟମ ଜଳସେଚନ ବିଭାଜନର ଆଗ୍ରଗତି, ମେଗା ପାନୀୟ ଜଳ ପ୍ରକଳ୍ପ ର ଅଗ୍ରଗତି, ଥୁଆମୂଳ ରାମପୁର ରାସ୍ତା,ଜାରିଙ୍ଗ ରୁ ବୃନ୍ଦା ବାହାଲ ରାସ୍ତା କାମ ର ଅଗ୍ରଗତି ଓ ତୁରନ୍ତ ସମ୍ପୂର୍ଣ୍ଣ କରିବା ଉପରେ ଆଲୋଚନା କରାଯାଇଥିଲା ବିଶେଷକରି ଗ୍ରାମୀୟ ଜଳଯୋଗାଣ ସଂସ୍ଥା, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ, ପଂଚାୟତ ରାଜ ଓ ପାନୀୟଜଳ ବିଭାଗ, ପିଏମଜିଏସୱାଇ ରାସ୍ତା, ପିଏମ ଆବାସ ଓ କୋଠାବାଡ଼ି ପଂଚାୟଟିରlଜ, ନିର୍ମାଣ ଶ୍ରମିକ, ସମନ୍ଵିତ ଶିଶୁ ବିକାଶ, ଆଦି ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନ ଙ୍କ ସହିତ ସାଂସଦ ମାଳବିକା ଦେବୀ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗର ଅସମ୍ପୂର୍ଣ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ l ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ମାନେ ନିଜ ନିଜ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସମସ୍ୟା ର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ଦିଶା କମିଟିର ସଦସ୍ୟସଦସ୍ୟl, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଲୋଚନା ଅଂଶ ଗ୍ରହଣ କରିଥିଲେ l