ପୁରା ଖବର ବିଷୟରେ



କାଶୀପୁର ବ୍ଲକ ବି. ଡି. ଓ ଙ୍କୁ ମନରେଗା ଦୁର୍ନୀତିରେ ଫସେଇବା ଷଡ଼ଯନ୍ତ ଚାଲିଛି !

Oct 8 2024 8:45PM
(ବ୍ୟୁରୋ ରିପୋର୍ଟ) ବ୍ଲକ ଅଧିକାରୀଙ୍କ ବାରମ୍ବାର ଅଦଳବଦଳ ହେତୁ ବାଧକ ସାଜିଛି ବିକାଶ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସମଗ୍ର ଓଡିଶା ରେ ଏକ ଅନନ୍ନୟତ ବ୍ଲକ ମଧ୍ୟରେ ଅନ୍ୟତମ। କିଛି ଦିନ ଧରି ମନରେଗା ଦୁର୍ନୀତି କୁ କେନ୍ଦ୍ର କରି କାଶୀପୁର ବ୍ଲକ ବହୁ ଚର୍ଚାରେ। ଗତ ୫ ବର୍ଷ ମଧ୍ୟରେ ବାରମ୍ବାର ବ୍ଲକ ଅଧିକାରୀ ମାନଙ୍କୁ ଅଦଳବଦଳ କରାଯାଉଥିବା ବେଳେ ବର୍ତମାନ କାଶୀପୁର ବ୍ଲକ ରେ ସମସ୍ତ ଉନ୍ନତ ମୂଳକ କାର୍ଯ୍ୟ ଧୀର ମନ୍ଥର ଦିଗରେ ଚାଲି ଥିବା ଦେଖିବାକୁ ମିଳୁଛି। ମୁଖ୍ୟ ବିଷୟ ହେଲା କିଛି ଦିନତଳେ ବିଭିନ୍ନ ଗଣମାଧ୍ୟମ ଖବର କାଗଜରେ କାଶୀପୁର ବିଡ଼ିଓ କେଉଁଠି ମନରେଗା ଦୁର୍ନୀତି କୁ ପ୍ରଶହନା ଦେଇଥିବା ଭଳି ଖବର ପ୍ରସାର ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ କାଶୀପୁର ମନରେଗା ଦୁର୍ନୀତିର ପ୍ରକୃତ ଯୋଡର ତଦନ୍ତକୁ ଦିଗ ହରା କରି କେବଳ ବ୍ଲକ ଅଧିକାରୀ ଅମୃତ ରାଉଳଙ୍କୁ ଏକ ଷଡଯନ୍ତ୍ର ରେ ଛନ୍ଦି ଦିଆ ଯାଇଥିବା ଭଳି ଜଣାପଡୁଛି । ଯେହେତୁ ସମସ୍ତ ମନରେଗା ଦୁର୍ନୀତି ର ଷଡଯନ୍ତ୍ର ର ସାରାଂସ ଗତ ତା ୨୭/୫/୨୦୨୪ ରେ ବ୍ଲକ କାର୍ଯାଳୟ ମନରେଗା ପ୍ରକୋଷ୍ଠରେ ରଚନା କରାଯାଇଥିଲା ବୋଲି ଏକ ୧୮୦୦୦୦ ଟଙ୍କାର ଏକ ସିମେଣ୍ଟ ବିଲ ଭାଉଚର ଜରିଆରେ ସ୍ପଷ୍ଟ ହୋଇଅଛି । ବ୍ଲକ ଅଧିକାରୀ ସମେତ ସମସ୍ତ କର୍ମଚାରୀ ଉପୋମୁଖ୍ୟ ମନ୍ତ୍ରୀଙ୍କ କାଶୀପୁର ଗସ୍ତ ରେ ବ୍ୟସ୍ତତା ଥିବାର ସୁଯଗ ନେଇଁ APO ସେକ୍ସନ ମନରେଗା ପ୍ରକୋଷ୍ଠର କାର୍ଯ୍ୟରତ କର୍ମଚାରୀ ମାନେ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ କିଛି ବ୍ୟବସାୟିକ ( ଭେଣ୍ଡର ଧାରୀ ) ବେସରକାରୀ ବ୍ୟକ୍ତିବିଶେଷ ଙ୍କ ମିଳିଭୋଗତ ରେ କୋଟିଏ ରୁ ଉର୍ଦ୍ଧ ଅର୍ଥ ହଡପ କରାଯାଇଥିବା ଖବର ପଦାରେ ପଡିଛି। ପ୍ରକାଶ ଥାଉକି ୨୦୧୭/୧୮ଆର୍ଥିକ ବର୍ଷ ଠାରୁ ୨୦୨୩/୨୪ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୨ ଗୋଟି ପଞ୍ଚାୟତ ଅଧିନସ୍ଥରେ ର ଯେଉଁ ମନେରେଗା କାର୍ଯ୍ୟ ରେ କ୍ୟାଶରେକର୍ଡ ଖଲା ଯାଇଥିଲା ତାହାର ଲେବର ପେମେଣ୍ଟ ହେବା ପରେ ମେଟେରିଆଲ ରାଶି ସ୍ଥଗିତ ଥିଲା ଉକ୍ତ କ୍ୟାଶରେକର୍ଡ ଫାଇଲ ରେ ମେଟେରିଆଲ ବିଲ ନିମନ୍ତେ ବ୍ଲକ ବିଡ଼ିଓ କିମ୍ବା କୌଣସି ଯନ୍ତ୍ରୀଙ୍କ ଦସ୍ତଖତ ହୋଇ ନାହିଁ। ଏକ ବିଶେଷ ନିୟମ ଅନୁଯାୟୀ କିଛି ବର୍ଷ ହେବ ପଞ୍ଚାୟତ ଅଧୀନରେ ଖଲାଯାଉଥିବା ମନରେଗା କ୍ୟାଶରେକର୍ଡ ରେ ବ୍ଲକ ଅଧିକାରୀ ଓ ଯନ୍ତ୍ରୀଙ୍କ ଦସ୍ତଖତ ଆବଶ୍ୟକ ହେଉ ନ ଥିବାବେଳେ ଏହାର ସୁଯଗ ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ସରପଞ୍ଚ ମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯଜନା ରେ ମିଳୁଥିବା ମନରେଗା ଟଙ୍କା ହିତାଧିକାରୀଙ୍କୁ ଛଡ଼ାଯିବ କହି ତାଙ୍କ ଠାରୁ DAC ଡଙ୍ଗଲ ସଂଗ୍ରହ କରାଯଇଛି ଏବଂ ସରପଞ୍ଚଙ୍କ DAC ଡ଼ଙ୍ଗଲ ଜରିଆରେ ମନରେଗା ଟଙ୍କା ଚଳୁ କରି ନିଆଯାଇ ଥିବା କିଛି ସରପଞ୍ଚ ପ୍ରକାଶ କରିଛନ୍ତି। ଅନ୍ୟପଟେ ମନରେଗା ଦୁର୍ନୀତି ଘଟଣାରେ ଜିଲ୍ଲାପାଳଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ଦଳ ତଦନ୍ତ ଜାରି ରଖିଛି ଏବଂ ସେ ସ୍ୱୟଂ ବ୍ଲକ ଅଧିକାରୀ ତେଣୁ ଘଟଣାର ଉତ୍ତର ଦାଈ ହୋଥିବା ବେଳେ ତଦନ୍ତ କାରି ଦଳକୁ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି ବୋଲି ବିଡ଼ିଓ ଅମୃତ ରାଉଳ ଗଣମାଧ୍ୟମରେ ପ୍ରକଶ କରିଛନ୍ତି। ସମ୍ପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ ର ଆବଶ୍ୟକ ବୋଲି କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧି ମାନେ ରାୟଗଡା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ବୈଠକ ରେ ୬୦ ପତ୍ର ବିଶିଷ୍ଟ ମନରେଗା ଦୁର୍ନୀତି ର ପ୍ରମାଣ ସ୍ୱରୂପ କାଗଜାତ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏ ଯାବତୀୟ ରାୟଗଡା ଜିଲ୍ଲାପାଳଙ୍କ ଅଧିନସ୍ଥ କେଉଁ ପ୍ରକାର ବିଚାର ବିମର୍ଶ ରେ ସ୍ଥଗିତ ଅଛି ତାହା ତୁରନ୍ତ ନିରପେକ୍ଷ ଭାବେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ ଦୁର୍ନୀତି ଗ୍ରସ୍ତ ଅଧିକାରୀ ସମେତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।