ପୁରା ଖବର ବିଷୟରେ



ଶିକ୍ଷା ଅନୁଷ୍ଠାନ ସାମ୍ନାରେ ଦୂର୍ଗନ୍ଧ,ଦୂଷିତ ପାଣି ପଚ ପଚ |

Oct 8 2024 12:18PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) କଲ୍ୟାଣ ସିଂହପୁର ବ୍ଲକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଢେପାଗୁଡ଼ା ପ୍ରାଥମିକ ସେବାଶ୍ରମ ସାମ୍ନାରେ ପ୍ରବଳ ଦୂର୍ଗନ୍ଧ ସହ ଦୂଷିତ ଡ୍ରେନ୍ ପାଣି ବିଦ୍ୟାଳୟ ସମ୍ମୁଖରେ ଜମା ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କିଛି ଗ୍ରାମବାସୀ ଅଭିଯୋଗ କଲାପରେ ବି ବ୍ୟବସ୍ଥା ସୁଧୁରି ନ ଥିବା ଲୋକ କହିଛନ୍ତି। ଏହି ବିଦ୍ୟାଳୟର ସାମ୍ନା ଦେଇ ଏକ ଡ୍ରେନ ରହିଛି ଯେଉଁଥିରେ ପାଣି ନିଷ୍କାସନ ଠିକ୍ ରେ ନ ହୋଉଥିବା ଯୋଗୁଁ ଦୂଷିତ ପାଣି ରାସ୍ତା ଉପରକୁ ମାଡ଼ି ଆସି ଜମା ହୋଇ ରହୁଛି। ଦୂଷିତ ପାଣି ଦିନ ଦିନ ଧରି ଜମା ହୋଇ ରହିବା ଦ୍ଵାରା ମଶା ମାନଙ୍କ ପାଈଁ ଏହା ବାସସ୍ଥାନ ପାଲଟି ଯାଇଛି ଏପଟେ ବର୍ଷା ଟିକେ ହେଲେ ଆହୁରି ଅଧିକ ସମସ୍ୟା ଦେଖାଯାଉଛି ବୋଲି ଗ୍ରାମବାସୀ କାମେଶ୍ୱର୍, ରଘୁନାଥ,ମୋହନ ସିମାଞ୍ଚଳ ଗୌଡ଼,ଏବଂ ଗ୍ରାମର ଅନେକ ମହିଳା ପୁରୁଷ କହିଛନ୍ତି।