ପୁରା ଖବର ବିଷୟରେ



ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ।

Oct 6 2024 8:05AM
(ରିପୋର୍ଟ :ପ୍ରସାଦ ଲିମା ), ସମଗ୍ର ଶିକ୍ଷା ଅଭିଯାନ ରାୟଗଡା ପକ୍ଷରୁ ଚଳିତ ମାସ ୦୧ ତାରିଖ ଠାରୁ ୩ତାରିଖ ପର୍ଯ୍ୟନ୍ତ ଗୁଡ଼ାରୀ ବ୍ଲକରେ କ୍ଲୋଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡ଼ାରୀ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗୁଡ଼ାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ରତ୍ନାମୟୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗୁଡ଼ାରୀ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିଛବିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରବନ୍ଧ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ,ବକୃତା, ସଂଗୀତ, ପୋଷଣ ଶିଳ୍ପକଳା, ପୋଷଣ ଚିତ୍ରକଳା, ବିତର୍କ, ଦଳଗତ ନୃତ୍ୟ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ୨୭ ଗୋଟି ପ୍ରତିଯୋଗୀ  ଭାଗ ନେଇଥିଲେ। ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪  ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗୁଡ଼ାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଶା ଦାସ ଯୋଗଦେଇ କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ମୋହର ଦେଇ ପୁରସ୍କୃତ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ରତ୍ନମୟୀ ପୁରୋହିତ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଙ୍ଗୁଡା ରୁପାମାଝି ଏବଂ ଦୁଷ୍ମନ୍ତ ମିଶ୍ର,ସମେତ କାର୍ଯ୍ୟାଳୟର କର୍ମଚାରୀ,ମଣ୍ଡଳ ସ୍ତରୀୟ ବିଆରସି, ସିଆରସି, ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ବିଶ୍ୱନାଥ ସାମଲ ମଞ୍ଚ ପରିଚାଳନା କରିଥିଲେ।