ପୁରା ଖବର ବିଷୟରେ



ଶିଶୁ ମହୋତ୍ସବ ସୁରଭି ୨୦୨୪ ପାଳନ |

Oct 5 2024 6:33PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ଠାରେ କ୍ଲୋଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ କ୍ଲୋଷ୍ଟର ସ୍ତରରେ ରହିଥିବା ଢେପାଗୁଡା ସେବାଶ୍ରମ,ବୁଡ଼ାଗୁଡା ପ୍ରାଥମିକ ବିଦ୍ୟାଳୟ ସହ ସମସ୍ତ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଚିତ୍ରାଙ୍କନ,ନାଚ ଗୀତ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ | ଶେଷରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମାଝି,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ମୋହନ ନାୟକ,ବୁଡ଼ାଗୁଡା ସହକାରୀ ଶିକ୍ଷକ ସତ୍ୟବର ପ୍ରସାଦ ପଟ୍ଟନାୟକ,ସି ଆର ସି ସି ପ୍ରଫୁଲ୍ଲ ଚନ୍ଦ୍ର ସୁବୁଦ୍ଧି ମଞ୍ଚାସିନ ରହିଥିବା ବେଳେ ଶ୍ରୀନିବାସ ଦାସ ମଞ୍ଚ ପରିଚାଳନା କରିଥିଲେ | ଏହାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା |