ପୁରା ଖବର ବିଷୟରେ



ସ୍ଥାୟୀ ଜିଲ୍ଲା ଭିତିକ ନିଯୁକ୍ତି ଦାବିରେ ଗୁଣୁପୁର ୧୨ଘଣ୍ଟିଆ ବନ୍ଦ ପାଳନ ।

Oct 4 2024 4:36PM
(ରିପୋର୍ଟ: ପ୍ରସାଦ ଲିମା), ଅବିଭକ୍ତ କୋରାପୁଟ ଜିଲ୍ଲା । ଜିଲ୍ଲା ଭିତିକ ନିଯୁକ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି କୋରାପୁଟ ପକ୍ଷରୁ ସ୍ଥାୟୀ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଅନୁସୂଚୀତ ଜାତି ଓ ଜନଜାତି ମିଳିତ ମଞ୍ଚ ଗୁଣୁପୁର ପକ୍ଷରୁ ଗୁଣୁପୁର ସଦର ମହକୁମା ଠାରେ ୧୨ ବନ୍ଦ ପାଳନ ସହ ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ଦେଖବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଦର ବାଇପାସ୍ ରୋଡ଼ ଅବରୋଧ କରିଥିବା ବେଳେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ନାମରେ ପରିଚିତ । ପୈତୃକ ଅମଳରୁ ଏଠାରେ ବସବାସ, ବାଡ଼ି ବୃତ୍ତି, ସ୍ଥାୟୀ ବାସିନ୍ଦା, କୌଳିକ ବୃତ୍ତି ଆତ୍ମନିର୍ଭରଶୀଳ ଥିବାବେଳେ ଉଚ୍ଚ ଶିକ୍ଷା ଯାହାକି ସରକାରୀ କଳରେ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ପାଇଁ ସ୍ବତ୍ସଳ ଥିବାବେଳେ ଓଡ଼ିଶା ପ୍ରଦେଶ ଭିତ୍ତିକ ନିଯୁକ୍ତିରେ ପଛୁଆ ଥିବା ଦେଖାଦେଇଛି। କାରଣ ଅନ୍ୟାନ୍ୟ ଜିଲ୍ଲା କଟକ ,ପୁରୀ, ଭୁବନେଶ୍ୱର,ବାଲେଶ୍ଵର, ଭଦ୍ରକ ଜିଲ୍ଲା ଭଳି ଉନ୍ନତ ଅନୁଷ୍ଠାନରେ ଅଧ୍ୟୟନ କରିଥିବା କିମ୍ବା ଜାଲ ପ୍ରମାଣପତ୍ର ଦେଇ,ଅସ୍ଥାୟୀ ବାସିନ୍ଦା ଭାବରେ ହେଉ କିମ୍ବା ମାର୍କ ତାଲିକାଭୂକ୍ତ ହେଉ କିମ୍ବା ପଛୁଆ ସମର୍ଥନ ହେଉ ସେମାନଙ୍କ କ୍ଷେତ୍ରରେ ଉପସ୍ଥିତ ଅଧିକାରୀ ମାନଙ୍କ ସହ ମଧୁ ଚନ୍ଦ୍ରିକା ସ୍ଥାପନ କରି ଚାକିରୀ ପାଇଥାନ୍ତି । ଫଳରେ ଆମ ଅଞ୍ଚଳର ଯୁବକ ଯୁବତୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଚାକିରୀ ପାଇବାର କିଛି ମାସ ଓ କିଛି ବର୍ଷ ପରେ ନିଜ ଅଞ୍ଚଳକୁ ବଦଳି ହୋଇଯାଆନ୍ତି ।ଯାହ ଫଳରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନ ଖାଲି ପଡ଼ିଛି । ଖାଲି ସ୍ଥାନ ପୁରଣ କରିବାରେ ଆଜି ପ୍ରଶାସନ ସକ୍ଷମ ନୁହଁନ୍ତି । ଫଳରେ ଅନେକ ଶିକ୍ଷିତ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଓଡ଼ିଶା ସରକାରଙ୍କୁ ଆମେ ଅନୁସୂଚୀତ ଜାତି ଓ ଜନଜାତି ମିଳିତ ମଞ୍ଚ ପକ୍ଷରୁ ଅନୁରୋଧ କରୁଛୁ ଜିଲ୍ଲା ଭିତିକ ନିଯୁକ୍ତି ପ୍ରଦାନ କରିବା ସହ ବେକାରୀ ସମସ୍ୟା ହଟାଇ ଦିଆଯାଉ । ବିଭିନ୍ନ ଅନୁଷ୍ଠାନରେ ଥିବା ଖାଲିସ୍ଥାନ ପୁରଣ କରିବାରେ ବିଫଳ ହୁଅନ୍ତୁ । ଯଦିଓ ଆଗାମୀ ତିନିମାସ ମଧ୍ୟରେ ସରକାର ଆମ ଅନୁରୋଧ ରକ୍ଷା ନକରନ୍ତି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଅନୁସୂଚୀତ ଜାତି ଓ ଜନଜାତି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚୀତ ଜାତି ଓ ଜନଜାତି ମିଳିତ ମଞ୍ଚ ଗୁଣୁପୁର ସଭାପତି ଶ୍ରୀ ଚକ୍ରପାଣି ଶବର, ଉପସଭାପତି ରମେଶ ଚନ୍ଦ୍ର ଲିମା, ସମ୍ପାଦକ ଜଗଦିଶ ଗମାଙ୍ଗ ସମେତ ଶତାଧିକ ଯୁବକଯୁବତୀ ଉପସ୍ଥିତ ରହିଥିଲେ ।