ପୁରା ଖବର ବିଷୟରେ



ଗୁମୁଡା ଫାଣ୍ଡିର ନୂତନ କୋଠା ଉଦ୍ଘାଟନ ସମାରୋହ ଉତ୍ସବ ଅନୁଷ୍ଠିତ।

Oct 2 2024 10:15PM
(ରିପୋର୍ଟ ପ୍ରସାଦ ଲିମା ) ରାୟଗଡା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡିର ନୂତନ କୋଠା ଗୃହ ଗୁଡ଼ାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁଙ୍କ ତତ୍ୱାବଧାନରେ ଶୁଭ ଉଦଘାଟନ ହୋଇଯାଇଛି।ଉକ୍ତ ଉଦଘାଟନ ସମାରୋହ ଉତ୍ସବ, ଗୁଡ଼ାରୀ ଥାନା ଓ ଗୁମୁଡା ଫାଣ୍ଡି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୁଡ଼ାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତି ସ୍ୱାଇଁଙ୍କ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବିଶି ଯୋଗଦେଇ ଆଚାର୍ଯ୍ୟଙ୍କ ଦ୍ୱାରା ବୈଦିକ ରୀତିରେ ବେଦମନ୍ତ୍ର ସହ ପୂଜାପାଠ, ଧୂପଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ଶ୍ରୀଫଳ ଭାଙ୍ଗି ପ୍ରଦୀପ ପ୍ରଜ୍ବଳନ ସହକାରେ ଫିତା କାଟି ନୂତନ କୋଠା ଗୃହର ଫଳକ ଉନ୍ମୋଚନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଗୁଣୁପୁର ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାବୁଲି କୁମାର ନାୟକ, ପୁଟାସିଂ ଥାନା ଅଧିକାରୀ ଶ୍ରୀମତି ଭବାନୀ ମୁଦୁଲି, ପଦ୍ମପୁର ଥାନା ଅଧିକାରୀ ରଞ୍ଜନ ମାଝୀ, ଗୁଣୁପୁର ଥାନା ଅଧିକାରୀ ଉତ୍ତମ ସାହୁ, ରାମନାଗୁଡ଼ା ଥାନା ଅଧିକାରୀ ଶ୍ରୀମତି ସୁନିତା ବେହେରା, ଗୁମୁଡା ଫାଣ୍ଡି ଅଧିକାରୀ ଏସ.ଆଇ ବସନ୍ତ କୁମାର ବେହେରା ଏବଂ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ସହାୟକ ଆରକ୍ଷୀ ଅଧିକାରୀ, ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହିଥିବା ବେଳେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଜନପ୍ରତିନିଧି,ଜନ ସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୁମୁଡା ଫାଣ୍ଡି ଅଧିକାରୀ ଏସ. ଆଇ. ବସନ୍ତ କୁମାର ବେହେରା ପରିଚାଳନା କରିଥିଲେ।