ପୁରା ଖବର ବିଷୟରେ



ଗାନ୍ଧି ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା |

Oct 2 2024 2:13PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର କଲ୍ୟାଣ ସିଂହପୁର ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀ ଗୌତମ ବାର୍ଲି ଙ୍କ ଅଧକ୍ଷତା ରେ ମୋହନ ଦାସ କରମ ଚାନ୍ଦ ଗାନ୍ଧି ତଥା ଗାନ୍ଧି ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି | ଏହି ଗ୍ରାମସଭା ରେ ସ୍ଥାନୀୟ ପଞ୍ଚାୟତ ନିର୍ବାହି ଅଧିକାରୀ ଶ୍ରୀ ଗଗନ ବିହାରୀ ପାଲାକା ପରିଚାଳନା କରିଥିବା ବେଳେ ପଞ୍ଚାୟତ ରୁ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି | ପଞ୍ଚାୟତ ର ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି,ହିସାବ ରକ୍ଷକ ଓ ତଥ୍ୟ ପ୍ରବେଶ ଅଧିକାରୀ (ADO) ଶ୍ରୀ ରବିନ୍ଦ୍ର କୁମାର ନାଏକ ସହ କଲ୍ୟାଣ ସିଂହପୁର ବ୍ଲକ ରିସ୍ୱର୍ଚ୍ଚ ସଂଯୋଯକ ଲିଙ୍ଗରାଜ ନାଏକ ଉପସ୍ଥିତ ରହି ସଭା ପରିଚାଳନା କୁ ସହଯୋଗ କରିଥିଲେ | ଏଥିରେ ୱାର୍ଡ ସ୍ତରରୁ ୱାର୍ଡ ସଭ୍ୟ ସଭ୍ୟା ମାନେ ଭିନ୍ନ ଭିନ୍ନ ସମସ୍ୟା ମାନର ସମାଧାନ ନିମନ୍ତେ ପ୍ରସ୍ତାବ ମାନ ପ୍ରଦାନ କରିଥିଲେ | ପଞ୍ଚାୟତ ଅଞ୍ଚଳରୁ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ |