ପୁରା ଖବର ବିଷୟରେ



ଆଶ୍ରମ ବିଦ୍ୟାଳୟ କାର୍ଲଘାଟିରେ କ୍ଲଷ୍ଟର ସ୍ତରୀୟ "ସୁରଭି" କାର୍ଯ୍ୟକ୍ରମ।

Oct 1 2024 9:33PM
(ରିପୋର୍ଟ :ପ୍ରସାଦ ଲିମା,) ଗୁଡାରୀ ବ୍ଲକର ଆଶ୍ରମ ବିଦ୍ୟାଳୟ କାର୍ଲଘାଟିରେ ସମରଲେଣ୍ଡି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି "୨୦୨୪ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରୀୟ ୧୩ ଟି ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ  ନେଇ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମ ଅବସରରେ ଓଡିଶାର ଲୋକକଳା ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକୃତା , ପ୍ରବନ୍ଧ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଂଗୀତ,ଓ ଦଳଗତ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ମୋହର ଦେଇ ପୁରସ୍କୃତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ  ସିଆରସି ଶ୍ରୀ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନବକୃଷ୍ଣ ଗମାଙ୍ଗ, ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାବି ସିଅରସି ରବି କୁମାର ନିମାଲା, ଶିକ୍ଷକ ଗଙ୍ଗାଧର ପାତ୍ର, ଶ୍ରୀହର୍ଷ ପଣ୍ଡା, ସୁନୀଲ କଦମାରେଡ,ମନୋଜ କୁମାର କଡ୍ରାକା, ରଶ୍ମି ରଞ୍ଜନ ଶବର,ନରେନ୍ଦ୍ର ଗମାଙ୍ଗ ରବିନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଅତି ଭାବେ ଯୋଗ ଦେଇଥିବା ବେଳେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରଶ୍ମି ରଞ୍ଜନ ଶବର ମଞ୍ଚ ପରିଚାଳନା କରିଥିଲେ।