ପୁରା ଖବର ବିଷୟରେ



ଗାନ୍ଧି ଜୟନ୍ତୀ ନିମନ୍ତେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ |

Oct 1 2024 9:19PM
(କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ମୋନେଇଗୁଡ଼ା ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ସଞ୍ଜୟ ନିସିକା ଙ୍କ ନେତୃତ୍ବରେ ଗ୍ରାମର ମହିଳା ପୁରୁଷ ମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ବୋଲି ଏକ ଶୋଭାଯାତ୍ରା କରିବା ସହ ଗ୍ରାମର ସମସ୍ତ ସାହି,ଅଙ୍ଗନୱାଡି କେନ୍ଦ୍ର ପରିସର ସଫେଇ କରିଥିଲେ । ଏହି ପରି ଅଳିଆ ଆବର୍ଜନା ପଡି ରହିଲେ,ତାହା ପୋଚି ଦୁର୍ଘନ୍ଧ ହେବା ସହ ମଶାମାଛି ଙ୍କ ବଂଶ ବୃଦ୍ଧି ହେବ । ଯାହା ଫଳରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ବୋଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ କଲ୍ୟାଣ ସିଂହପୁର ବ୍ଲକର ବରିଷ୍ଠ ବି.ଜେ.ଡ଼ି ନେତା ଗେଦେଲା ଶ୍ରୀନୁ,ପଞ୍ଚାୟତ ନିର୍ବାହି ଅଧିକାରୀ ସନ୍ତୋଷ କୁମାର ସାହୁ ସହ ସୁନାଖଣ୍ଡି ପଞ୍ଚାୟତ ଅଞ୍ଚଳ ରୁ ପ୍ରତ୍ୟେକ ଗ୍ରାମର ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ ।