ପୁରା ଖବର ବିଷୟରେ



ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ଜଗମଣ୍ଡା ପହାଡ଼ ଉପରେ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ

Sep 30 2024 2:31PM
(ଅଜିତ ଭତ୍ରାଙ୍କ ରିପୋର୍ଟ) ଉକ୍ତ ବୈଠକରେ ଜିଲ୍ଲା ଉପଦେଷ୍ଟା ତ୍ରିପତି ଗମାଙ୍ଗ କେନ୍ଦ୍ର ଓ ପାର୍ବତୀ ଶବର ରାଜ୍ୟ ସରକାର କଂ ଶ୍ରମିକ ମାରଣା ନିତି କୁ ସମାଲୋଚନା କରିବା ସହ ପାଚିକା ଓ ସହାୟିକା ମାନକଂ ସମସ୍ୟା ସମାଧାନ ନକରି ଶ୍ରମିକ ମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଛନ୍ତି। ଏଣୁ ନଭେମ୍ବର ମାସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନିଧ୍ୟୀଷ୍ଟ କାଳ ଧାରଣା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପାଚିକା ଓ ସହାୟିକା ମାନକୁଂ ସରକାରି କର୍ମଚାରୀ ମାନ୍ୟତା ଓ ମାସିକ 26 ହଜାର ଟଙ୍କା ପ୍ରଦାନ କରିବା, ପାଚିକା ଓ ସହାୟିକା ମାନକୁଂ ପ୍ରତି ମାସ ପ୍ରଥମ ସପ୍ତାହ ରେ ଦରମା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବରଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରିବା, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଯୋଗାଇବା, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଯୋଗାଇବା, ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା, ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତିତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ,ସାମାଜିକନିରାପତ୍ତା,ବୀମାଭୁକ୍ତ କରିବା, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମି ରିଶ୍ରମିକ ପ୍ରଦାନ କରିବା, ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରିବା, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା, ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା । ଉପସ୍ଥିତ ଥିଲେ ରାଜେନ୍ଦ୍ର ମାଝୀ, ପାର୍ବତି ଶବର , ଯୋଶଦା ଶବର, ଇଦିଂରା ପାତ୍ର ,ବିଜୟ ଲକ୍ଷ୍ମୀ ଶବର, ସବିତା ଦଣ୍ଡସେନା, କୁନ୍ତଳା ମାଝୀ , ମିଲି ଶବର, କଳାବତୀ ମାଝୀ, ସାଦବାଣି ଗୈାଡ