ପୁରା ଖବର ବିଷୟରେ



ଡେଙ୍ଗୁ ରୋଗ ସଚେତନ ନିମନ୍ତେ ପ୍ରଚାର ରଥ ଉଦଘାଟନ |

Sep 28 2024 11:21PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପୂର୍ବତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡେଙ୍ଗୁ ରୋଗ ସଚେତନତା ପ୍ରଚାର ରଥ ଉଦଘାଟନ କରାଯାଇଛି ।ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସ୍ୱମ୍ୟ ରଞ୍ଜନ ଜେନା ଉପସ୍ଥିତ ରହି ପତାକା ଦେଖାଇ ଉଦଘାଟନ କରିଥିଲେ । ଡେଙ୍ଗୁ ରୋଗରୁ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନେବା ସେଥିପାଇଁ ସଚେତନ ରଥ ବ୍ଲକର ପ୍ରତ୍ୟେକ ଗାଁ ଗାଁ ବୁଲି ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ରଥର ଉଦଘାଟିତ ସମୟରେ ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣା ତାଣ୍ଡି,ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ରବି ନାରାୟଣ ଦାସ,ନିରଞ୍ଜନ ହିଆଲ ଓ କଲ୍ୟାଣ ସିଂହପୁର ଅଞ୍ଚଳ ରୁ ଆଶା କର୍ମି ଏବଂ ଏ.ଏନ.ଏମ୍ କର୍ମି ମାନେ ଉପସ୍ଥିତ ରହିଥିବା ବେଳେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ ।