ପୁରା ଖବର ବିଷୟରେ



ପ୍ରଶାସନ ଦ୍ୱାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ |

Sep 28 2024 7:32PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବୁଡୁଣୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ପାର୍ସାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ କାଡ୍ରାକାଙ୍କ ନେତୃତ୍ବରେ ଗ୍ରାମର ମହିଳା ପୁରୁଷ ମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ବୋଲି ଏକ ଶୋଭାଯାତ୍ରା କରିବା ସହ ଗ୍ରାମର ସମସ୍ତ ସାହି,ଅଙ୍ଗନୱାଡି କେନ୍ଦ୍ର ପରିସର ସଫେଇ କରିଥିଲେ । ଏହି ପରି ଅଳିଆ ଆବର୍ଜନା ପଡି ରହିଲେ,ତାହା ପୋଚି ଦୁର୍ଘନ୍ଧ ହେବା ସହ ମଶାମାଛି ଙ୍କ ବଂଶ ବୃଦ୍ଧି ହେବ । ଯାହା ଫଳରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ବୋଲି ଲୋକଙ୍କୁ ସଚେତନତା ବାର୍ତ୍ତା ହେଇଛନ୍ତି । ଏହି ସଫେଇ ଅଭିଯାନରେ ପୂର୍ବତନ ସରପଞ୍ଚ ବାମ କାଡ୍ରାକା,ସମିତି ସଭ୍ୟ ବିକାଶ ବାଗ,ଅଙ୍ଗନୱାଡି କର୍ମୀ ସାକ ୱାଡକା,ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀହରି ମହାନନ୍ଦିଆ ସମେତ ପାର୍ସାଲି ଅଞ୍ଚଳ ରୁ ପ୍ରତ୍ୟେକ ଗ୍ରାମର ଡଙ୍ଗରିଆ ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ ।