ପୁରା ଖବର ବିଷୟରେ



ଗ୍ରାମୀଣ ମୁକ୍ତି ଟ୍ରାକ୍ଟର ମାଲିକ ସଙ୍ଘ ଗଠନ।

Sep 25 2024 5:32PM
(ପ୍ରସାଦ ଲିମାଙ୍କ ରିପୋର୍ଟ ) ଗୁଣପୁର ଠାରେ ଆବାହକ ଶ୍ରୀ ଗାଇ ଗାଇ ଦଳବେହେରାଙ୍କ ସଭାପତିତ୍ୱରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା ଉପସ୍ଥିତ ହୋଇଥିଲେ। ଉକ୍ତ ବୈଠକରେ ସମସ୍ତକଂ ଉପସ୍ଥିତରେ ସର୍ବ ସମ୍ମତିକ୍ରମେ ଟ୍ରାକଟର ମାଲିକ ସଂଘ ନାମ, (ଗ୍ରାମୀଣ ମୁକ୍ତି ଟ୍ରାକଟର ମାଲିକ ସଂଘ) ନାମରେ ନାମିତ କରାଗଲା। ଉକ୍ତ ମାଲିକ ସଂଘରେ ଗାଇ ଗାଇ ଦଳବେହେରା କୁ (ସଭାପତି). ଯୁବଲିସ ରଇତ (ଉପ ସଭାପତି), ମାରକସ ଦଳବେହେରା (ସମ୍ପାଦକ), ଯିବନ୍ତ ଦଳବେହେରା (ସହ ସମ୍ପାଦକ), ଗାଗାନା ଶବର ( କୋଷାଧ୍ୟକ୍ଷ), ସୁପ୍ରିଏମ କାର୍ଯୀ, ଯାକୁବ ରଇତ, ଅନାସିମ ଶବର, ଆନୁଆର ଶବର,ଅବିନାଶ ଶବର, ଶିଲିକା ଗମାଙ୍ଗ, ଲିବିୟ ଗମାଙ୍ଗ, ଆମନ ଗମାଙ୍ଗ, ଯିବିସିୟ ଭୂୟାଁ ସାନସି ଗମାଙ୍ଗ, ଜୁସନଡ୍ର ଶବରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ଟ୍ରାକ୍ଟଟର ମାଲିକ ମାନକଂ ବିଭିନ୍ନ ସମସ୍ୟା ଗୁଡିକ ନେଇ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l