ପୁରା ଖବର ବିଷୟରେ



ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଶିକ୍ଷା ସହ ସଂସ୍କାର ରେ ଭରପୁର ଦିନକୁ ଦିନ ଆଗକୁ ଦଉଡ଼ି ବାରେ ଲାଗିଛି ।ସବୁ ଝଡ ଖଞ୍ଜା ର ସାମ୍ନା କରି ମଧ୍ୟ ଥକୁନି ଅଭ୍ୟାସ ।

Sep 25 2024 12:38PM
(ଅଜିତ କୁମାର ଭତ୍ରାଙ୍କ ରିପୋର୍ଟ) ଆଜି ପୁଣି ଏକ ନୂଆ ଶିକ୍ଷା ।ଯାହା କି ପିଲାଙ୍କୁ ନିଶା ଠାରୁ କେମିତି ଦୂରେଇ ରଖିବେ ତାହା ଚେଷ୍ଠା କରିବାକୁ ଯାଇ ,ଏକ କାର୍ଯ୍ୟକ୍ରମ ର ଆୟୋଜନ କରି ଥିଲେ ।ସେହି କାର୍ଯ୍ୟକ୍ରମ ରେ ସମାଜ ସେବୀ ବଳରାମ ପଣ୍ଡା ,ଶିକ୍ଷୟତ୍ରୀ ସହ ସମାଜସେବୀ ,ନାରୀ ନେତ୍ରୀ ,ନାରୀ ଶକ୍ତି ଚିତୃପା ଷଡ଼ଙ୍ଗୀ ଏବଂ ସଞ୍ଜୟ ନାୟିକ୍ ନେତୃତ୍ଵ ଗ୍ରହଣ କରି ଥିଲେ ।ଏଠାରେ ଛାତ୍ର ଛାତ୍ରୀ ଯୋଗ ଦେଇ କେମିତି ନିଜ ପରିବାର କୁ ନିଶା ରୁ ବଞ୍ଚିତ କରିବା ସହ ନିଜ ସହି ପଡିଶା ,ଗ୍ରାମ ରେ ଭି ଏହି ବାର୍ତ୍ତା ପ୍ରଦାନ କରିବେ । ତାହା ଶିକ୍ଷା କରି ଥିଲେ ।ପିଲାଙ୍କୁ ବିଭିନ୍ନ ଗଳ୍ପ ,ଅଭିନୟ ମାଧ୍ୟମରେ ଏହି ଅତିଥି ବୃନ୍ଦ ଶିକ୍ଷା ଦେଇ ଥିଲେ ।ପିଲା ମଧ୍ୟ ବହୁତ୍ ଆଲୋଚନା ସମାଲୋଚନା କରିଥିଲେ ସେମାନଙ୍କ ସହ ।ଅଭ୍ୟାସ ର ପ୍ରିନ୍ସିପାଲ୍ ଦିବ୍ୟ ଦେବାଶିଷ ଦୂବେ ନିଶା ସେବନ ଦ୍ଵାରା ନିଜ ମସ୍ତିସ୍କ କେମିତି ଅଚଳ ହୋଇ ଯାଏ,ସେଥିର ବିଜ୍ଞାନ ମୂଳକ କାରଣ ବି କହି ପିଲାଙ୍କୁ ଜଣାଇ ଥିଲେ । ମେନେଜେର ଗାୟତ୍ରୀ ପଣ୍ଡା ନିଶା ଦ୍ଵାରା କେତେ ପରିବାର ନଷ୍ଟ ହୋଇ କେତେ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇ ଯାଇଛି ,ସେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରି ଥିଲେ ।ଅଭ୍ୟାସ ଟେକ୍ନୋ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଅତି ସୁନ୍ଦର୍ ଭାବେ ସମାଜ କୁ ବାର୍ତ୍ତା ପ୍ରଦାନ କରି ଥିଲେ । ଶିକ୍ଷା ସହ ସଂସ୍କାର ଯେମିତି ଶିକ୍ଷା ସହ ସମାଜ ର ସୁରକ୍ଷା ଏବଂ ଉନ୍ନତି ବି ସେତିକି ଜରୁରୀ  ।କାରଣ ଗୋଟେ ପରିବାର ନିଶା ମୁକ୍ତ ଥିଲେ ହିଁ , ସଂସ୍କାରୀ ସହ ସୁରକ୍ଷିତ ରହି ନିଜ ଶିଶୁ କୁ ଉତ୍ତମ ପରିବେଶ ସୃଷ୍ଟି କରିପାରିବ l