ପୁରା ଖବର ବିଷୟରେ



ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ତରଫରୁ ୨୪.୦୯.୨୪ ତାରିଖରେ ମଙ୍ଗଳବାର ସକାଳ ୧୧ ଟା ସମୟରେ NSS ଦିବସ ୨୦୨୪ ପାଳନ

Sep 25 2024 7:36AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ତରଫରୁ ୨୪.୦୯.୨୪ ତାରିଖରେ ମଙ୍ଗଳବାର ସକାଳ ୧୧ ଟା ସମୟରେ NSS ଦିବସ ୨୦୨୪ ପାଳନ କରାଯାଇଥିଲା | ଏହି ସଭାଟି ଦ୍ବୀପ ପ୍ରଜ୍ବଳନ ଓ ଶ୍ଲୋକ ଆବୃତ୍ତିରୁ ଆରମ୍ଭ ହୋଇଥିଲା l ଏହି ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ବବିଲତା ସରାଫ ଅଧ୍ୟକ୍ଷତା କରିଥିଲେ l ଏହାକୁ NSS ର ପୁରୁଷ ବର୍ଗର କାର୍ଯ୍ୟକ୍ରମ ଅଧିକାରୀ ତଥା ତେଲେଗୁ ଆଧ୍ୟାପକ ଏ.ଭି.ବି ଗୁପ୍ତା ଏବଂ ମହିଳା ବର୍ଗର କାର୍ଯ୍ୟବାହୀ ଅଧିକାରୀ ତଥା ବାଣିଜ୍ୟ ଆଧ୍ୟାପିକା ମୋନାଲିସା ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡ. ଲକ୍ଷ୍ମୀ ନାରାୟଣ ସାହୁ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଗଣ "ସ୍ଵଭାବ ସ୍ୱଚ୍ଛତା ଓ ସଂସ୍କାର ସ୍ଵଚ୍ଛତା" ଉପରେ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେମାନେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଟାଇଫଏଡ ଉପରେ ବିଶେଷ ଗୁରୁତ୍ୱ ଦେଇ ନିଜ ତଥା ସମାଜର ପରିଚ୍ଛନତା ସମ୍ଵନ୍ଧରେ ଆଲୋକପାତ କରିଥିଲେ। ସେମାନେ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟହାନିର ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଏ.ବି.ବି ଗୁପ୍ତାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l