ପୁରା ଖବର ବିଷୟରେ



ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ "ସେବା ମହାଯଜ୍ଞ" ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Sep 23 2024 8:10PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଭାରତୀୟ ଜନତା ପାର୍ଟିର ଭାରତୀୟ ଜନତା ଓ.ବି.ସି ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୨୦ ରୁ ୨୫ /୨୦୨୪ ତାରିଖ ପର୍ଯ୍ୟନ୍ତ ସେବା ମହାଯଜ୍ଞ ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଚାଲୁ ରହିଛି । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର ସଦର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମଣ୍ଡଳ ସ୍ତରୀୟ ସେବା ମହାଯଜ୍ଞ ଅଭିଯାନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ତ୍ରୀନାଥ ଗମାଙ୍ଗ, ବିଜେପି ରାଜ୍ୟ ଓ.ବି.ସି. ମୋର୍ଚ୍ଚାର ଉପସଭାପତି ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶ୍ରୀ ରାମଚନ୍ଦ୍ର ବେହେରା, ଗୁଣୁପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ବନମାଳୀ ଗମାଙ୍ଗ, ଜିଲ୍ଲା ଉପସଭାପତି ଉଦୟ ନାଥ ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ବଚ୍ଛତା ଅଭିଯାନ ଓ ସଦସ୍ୟତା ଅଭିଯାନ ସମ୍ପର୍କିତ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ମଣ୍ଡଳ ସ୍ତରୀୟ ସଭାପତି, କାର୍ଯ୍ୟକର୍ତ୍ତା ଏବଂ ଶତାଧିକ କର୍ମୀମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ସାହୁକାର ପରିଚାଳନା କରିଥିଲେ।