ପୁରା ଖବର ବିଷୟରେ



ଆଶ୍ରମ ବିଦ୍ୟାଳୟ ବୁଡୁବାଲିର ଶିକ୍ଷକ ସ୍କୁଲ ରୋଷେୟା ଙ୍କୁ ଶାରୀରିକ ସୁଖଭୋଗ ଦୁଷ୍କର୍ମର ଅଭିଯୋଗ । ଦୁଷ୍କର୍ମର ଶିକାର ହୋଇ ଥିବା ରୋଷେୟା ମହିଳା ନ୍ୟାୟ ମିଳୁ ବୋଲି ପ୍ରତିକ୍ରିୟା ରଖିଲେ ଗଣମାଧ୍ୟମ ଆଗରେ ।

Sep 23 2024 8:09AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) -ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଵୁଡୁବାଲି ଗ୍ରାମ ପଞ୍ଚାୟତ ଗ୍ରାମ ଠାରେ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଙ୍କ ବିରୋଧରେ ଶାରୀରିକ ସୁଖଭୋଗ ବଳାତ୍କାର ମାନସିକ ଦୁଷ୍କର୍ମ ର ଅଭିଯୋଗ ଆଣିଛନ୍ତି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ପଞ୍ଚାୟତ ସଦର ମହୁକୁମା ଆଶ୍ରମ ବିଦ୍ୟାଳୟର ଚତୃର୍ଥ ଶ୍ରେଣୀ ମହିଳା କର୍ମଚାରୀ ସ୍କୁଲ ରେଷେୟା l ଆଶ୍ରମ ସ୍କୁଲ ର ସହକାରୀ ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଙ୍କ ବିରୋଧରେ ଚନ୍ଦ୍ରପୁର ପୋଲିସ ଥାନାରେ ଚଳିତ ମାସ 16/09/24ତାରିଖ ରେ ସ୍କୁଲ ରୋଷେଇୟା କର୍ମଚାରୀ ଏତଲା ଦେଇଥିଲେ l ଚନ୍ଦ୍ରପୁର ପୋଲିସ ଥାନା ଆଇଆଇସି ଏ ଯାଏ ରାମ ପାଢିଙ୍କୁ ଗିରଫ୍ କରାଯାଇନଥିବା ଦୁଷ୍କର୍ମ ରେ ଶିକାର ହୋଇଥିଵା ମହିଳା ରୋଷେୟା କର୍ମଚାରୀ ଙ୍କ ଏତଲା ଅନୁଯାଇ ଆଶ୍ରମ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଗତ କିଛି ମାସରେ ତାଙ୍କୁ ବଳାତ୍କାର ଦୁଷ୍କର୍ମ କରିଥିଲେ l ଏ ସମ୍ପର୍କ ରେ କାହାକୁ କିଛି କହିଲେ ବଦନାମ କରିଦେବେ ବୋଲି ନାନା ଧମକ ଚମକ ଦେଇ ରୋଷେୟା ଙ୍କୁ ଡରେଇ ଆସୁଥିଲେ l ଲୋକ ଲଜ୍ୟା ଭୟରେ ବାରମ୍ବାର ଦୁଷ୍କର୍ମ ପରେ ମଧ୍ୟ ଥାନାରେ ଅଭିଯୋଗ କରି ପାରୁନ ଥିଲେ ସ୍କୁଲ ମହିଳା ରୋଷେୟା l ଏହା ପରେବି ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଢ଼ୀ ଦୁଷ୍କର୍ମ ନିର୍ଯ୍ୟାତନା ଦେଉଥିଲେ ରୋଷେଇୟା ମହିଳା ଙ୍କୁ। ଏହି ସଂକ୍ରାନ୍ତରେ ଖବରକାଗଜ ପ୍ରକାଶିତ ହେବାପରେ ବୁଡୁବାଲି ଆଶ୍ରମ ବିଦ୍ୟାଳୟ ର ସମ୍ପୃକ୍ତ ରାମ ଚନ୍ଦ୍ର ପାଢ଼ୀ ଶିକ୍ଷକଙ୍କୁ ଜିଲ୍ଲା ପାଳ ଙ୍କ ନିର୍ଦେଶ ଅନୁଯାୟୀ ତଦନ୍ତ କରିବା ସହ ନିଲମ୍ବନ କରାଯାଇଥିବା ଜଣାପଡିଛି । ନିଲମ୍ବନ କଲେ ଏହାର ସମାଧାନ ହେବନାହିଁ ନ୍ୟାୟ ମୋତେ ଦରକାର ଓ ଦୁଷ୍କର୍ମ କରିଥବା ଶିକ୍ଷକ ରାମ ଚନ୍ଦ୍ର ପାଢିଙ୍କୁ ପୋଲିସ ଯୋଥା ଶିଘ୍ର ଗିରଫ୍ କରିବା ସହ ଉଚିତ୍ ଦଣ୍ଡ ଦିଆଯାଉ ଓ ଏଭଳି ଶିକ୍ଷକଙ୍କୁ ଚାକିରୀରୁ ସବୁଦିନ ପାଇଁ ବହିଷ୍କାର କରାଯାଉ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।