ପୁରା ଖବର ବିଷୟରେ



ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

Sep 21 2024 7:12PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୧.୦୯.୨୦୨୪ ରିଖ ଶନିବାର ଦିନ ଘ ୧୨.୦୦ମି ରେ ସ୍ଥାନୀୟ ରାୟଗଡା ଅଟୋନମସ କଲେଜ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “Safety on Social Media Platform & Cyber laws” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ସାଇବର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି, ରାୟଗଡା ବାର ଆସୋସିଏସନର ଓକିଲ୍ ଶ୍ରୀ ପ୍ରଦୀପ ଦାସ, ସାମୁଏଲ ତାଣ୍ଡି, ଦେବରାଜ ନାଏକ, ରାୟଗଡା ଅଟୋନମସ କଲେଜ, ରାୟଗଡା ର ଅଧ୍ୟକ୍ଷ ଡକ୍ଟର ବବିଲତା ସରାଫ ଙ୍କ ସମେତ ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ସାଇବର ଥାନାର ଇନ୍ସପେକ୍ଟର ଶ୍ରୀ ଅଭିନାସ ରେଡି ନିଜର ବକ୍ତବ୍ୟରେ କିପରି ନିଜକୁ ସାମାଜିକ ଗଣମାଧ୍ୟମ ରୁ ସୁରକ୍ଷା କରିବା, ସାଇବର ଆଇନ, ଅନଲାଇନ ଠକାମି ରୁ କିପରି ବଞ୍ଚିତ ହେବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ସାଇବର ଆଇନ ଓ ତାର ସୁରକ୍ଷା ଉପରେ ବିସୃତ ଭାବରେ ଆଲୋଚନା କରିଥିଲେ I ପରିଶେଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଅନଲାଇନ ରେ ଠକାମିର ଶିକାର ହେଲେ ସେମାନଙ୍କ ପାଇ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଅଟୋନମସ କଲେଜ, ରାୟଗଡା ର ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I