ପୁରା ଖବର ବିଷୟରେ



ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲାମ୍ବେରି ଗ୍ରାମରେ ଡେଙ୍ଗୁ,ମ୍ୟାଲେରିଆ,ଡାଇରିଆକୁ ନେଇ ସଚେତନତା କାର୍ଯ୍ୟକ୍ରମ |

Sep 21 2024 8:13AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତ ଲାମ୍ବେରି ଗ୍ରାମରେ ଡେଙ୍ଗୁ,ମ୍ୟାଲେରିଆ,ଡାଇରିଆକୁ ନେଇ ସଚେତନତା ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗୁଁ ୫ ଜଣ ଙ୍କ ଜୀବନ ଚାଲିଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର ମହିଳା ପୁରୁଷ ମାନଙ୍କୁ ନେଇ ଡେଙ୍ଗୁ,ମ୍ୟାଲେରିଆ,ଡାଇରିଆ ନ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ସହ ବୈଠକ କରିଥିଲେ । ଖାଦ୍ୟ ଖାଇବା ପୂର୍ବରୁ ଓ ପରେ ହାତକୁ ଭଲଭାବରେ ଧୋଇବା,ବାସିଖାଦ୍ୟ ନ ଖାଇବା,ଘର ଚାରିପଟେ ସଫା ସୁତୁରା ରଖିବା ଭଳି ବିଭିନ୍ନ ପ୍ରକାର ବିଷୟରେ ସଚେତନତା କରିଥିଲେ । ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣ। ତାଣ୍ଡି,ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ନମ୍ବ୍ରତା ମହନ୍ତ, ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମଲତା ବି ଭି,ଅଙ୍ଗନୱାଡି ଓ ଆଶା କର୍ମୀ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା ମଧ୍ୟ କରିଥିଲେ ।ଏହାକୁ କଲ୍ୟାଣ ସିଂହପୁର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ ।