ପୁରା ଖବର ବିଷୟରେ



ବନପାଳ ସହଦେବ ରାଉତ ନିଲମ୍ବିତ |

Sep 21 2024 8:12AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ରେଞ୍ଜରେ କାର୍ଯ୍ୟରତ ନାରିଙ୍ଗତୋଳା ବିଟ ଅଧିନରେ ସଦା ସର୍ବଦା କାର୍ଯ୍ୟରେ ଅନବରତ କାର୍ଯ୍ୟ କରୁଥିବା ବନପାଳ ସହଦେବ ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି | ସୂଚନା ଅନୁଯାଇ ରାୟଗଡା ଡି ଏଫ୍ ଓ ସଚିନ ୱାଲେ ଆନା ସାହେବ ଖବର ପାଇ ଅଚାନକ ନିୟମଗିରି ଅଞ୍ଚଳ ରେ ହାତୀ ଚଳପ୍ରଚଳ କରୁଥିବାରୁ ରାତ୍ର ସମୟରେ ନାରିଙ୍ଗତୋଳା ବିଟ ଅଧିନ ତାଡ଼ମୁହିଁ ଅଞ୍ଚଳ ପରିଦର୍ଶନ କରିଥିଲେ | ଉକ୍ତ ସମୟରେ ବନପାଳ ଅନୁପସ୍ଥିତ ଥିବାରୁ ଡ଼ି ଏଫ୍ ଓ ଶ୍ରୀ ରାଉତ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣା ପଡିଛି |