ପୁରା ଖବର ବିଷୟରେ



ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ାରୀର ପ୍ରତିଷ୍ଠା ଦିବସ ପାଳିତ

Sep 21 2024 12:24AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡ଼ାରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦ ତମ ପ୍ରତିଷ୍ଠା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ରତ୍ନମୟୀ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଥମ ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ,ପ୍ରିନସିପାଲ ବିକାଶ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ ଜଗତ ଜୀବନ ଦଳାଇ, ଶିକ୍ଷୟିତ୍ରୀ ମିସ ଅମିତା ପରିଡା ମଞ୍ଚାସିନ ରହିଥିଲେ । ମଞ୍ଚାସିନ ଅଥିତି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ବିଗ୍ରହରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ବିଦ୍ୟାଳୟର ସ୍ୱଛତା, ଶାନ୍ତି ଶୃଙ୍ଖଳା, ପରିବେଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ଗଠନ ମୂଳକ ଶିକ୍ଷା, ଚରିତ୍ର, ଏବଂ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବାପାଇଁ ବକ୍ତବ୍ୟରେ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦକ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଅପୂର୍ଣ୍ଣା ଶତପଥି ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସାହୁ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରିଥିଲେ।