ପୁରା ଖବର ବିଷୟରେ



ମାନସିକ ରୋଗ ର ସଚେତନ ଶିବିର |

Sep 20 2024 7:33AM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) କଲ୍ୟାଣ ସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାନସିକ ରୋଗକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ସହାୟକ ପୂର୍ଣ୍ଣ କାଦମ୍ବାଲୁ,ସମିରଜିତ ଖୁଣ୍ଟିଆ ,ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରବି ନାରାୟଣ ଦାସ,ଶିକ୍ଷକ ରାମ ଚନ୍ଦ୍ରପ୍ରଧାନ ଉପସ୍ଥିତ ରହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ରୋଗ ର ଲକ୍ଷଣ ଓ ପ୍ରତିକାର ବିଷୟରେ ସଚେତନତା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ରୋଗ ହେଲେ ପାଠ ପଢାରେ ମନଲାଗିବ ନାହିଁ ,ବିରକ୍ତ ସଭାବ ହେବ ତାହାକୁ ଲୁଚାଇ ରହୁଛନ୍ତି । ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ ମାନଙ୍କୁ କହିବାକୁ ଡରୁଥାନ୍ତି । ଏଥି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଲିମାନସ ଟୋଲଫ୍ରି ନମ୍ବର ୧୪୪୧୬ ରେ ଗୁପ୍ତ ଭାବରେ ଯୋଗାଯୋଗ କରିବା ପାଇଁ ସଚେତନତା କରିଥିଲେ ।ଏହାକୁ ଗୋଷ୍ଠି ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଜିଲ୍ଲା ଅଧିକାରୀ ଙ୍କୁ ସହଯୋଗ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।