ପୁରା ଖବର ବିଷୟରେ



ସେକ୍ରେଟ ହାର୍ଟ ସ୍କୁଲର ୨ ଛାତ୍ରୀ ସର୍ବଭାରତୀୟ ସ୍ତରରେ ସଫଳତା।

Sep 19 2024 11:23PM
ରିପୋର୍ଟ : ପ୍ରସାଦ ଲିମା ରାୟଗଡା ଜିଲ୍ଲା ସଦର ସେକ୍ରେଟ ହାର୍ଟ ସ୍କୁଲର ନବମ ଶ୍ରେଣୀର ଏନ ସି ସି କ୍ୟାଡର, ୨ ଜଣ ଛାତ୍ରୀ (୧) ଦେବସ୍ମିତା କରକରିଆ ଓ (୨) ସୌମି ପୋଥ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଥାଲ ସୈନିକ କ୍ୟାମ୍ପ ଏନସିସିର ଫାଇରିଙ୍ଗ୍  ପତିଯୋଗିତାରେ ଭଗନେଇ ସର୍ବଭାରତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି l ଏହି ୨ ଜଣ ଏନ.ସି.ସି କ୍ୟାଡେର ନବମ ଶ୍ରେଣୀ ଛାତ୍ରୀ ନିଜର ପରିଶ୍ରମ ଓ ଚେଷ୍ଠା ଫଳରେ ସଫଳତା ପାଇଥିବାରୁ ସେକ୍ରେଟ ହାର୍ଟ ସ୍କୁଲ ପକ୍ଷରୁ ଦୁଇ ଜଣ ଛାତ୍ରୀଙ୍କୁ ପୁଷ୍ପଗୁଛ ଦେଇ ବିପୁଳ ସମ୍ବର୍ଦ୍ଧିତ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ରେଭ୍ରେଣ୍ଡ ଫାଦର ଅନନ୍ତ ନାୟକ ଓ ଏନସିସି ଶିକ୍ଷୟିତ୍ରୀ  ଜେ.ଇନ୍ଦୁମତୀ,କୋଡିନେଟର ସିଷ୍ଟର ଉଷା,ଦୁଇ କ୍ୟାଡେଟ ଛାତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଉତ୍ତରତର ଉନ୍ନତି କାମନା କରିଥିଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ଜୁଲାଇ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହା ଶେଷ ହୋଇଥିବା ବେଳେ ଦୀର୍ଘ ଏକମାସ ବହୁ ପରିଶ୍ରମ କରି ସର୍ବାଭାତୀୟ ସ୍ତରରେ ସଫଳତା ଅର୍ଜନ କରି ବିଦ୍ୟାଳୟର ଗୌରବାନ୍ୱିତ ଆଣିବା ସହ ନିଜର ଓ ନିଜ ପରିବାରକୁ ସମ୍ମାନ ଆଣିଥିବା ୨ ଜଣ ଛାତ୍ରୀ ରାୟଗଡା ସଦର କାମେଶ୍ୱର କରକାରିଆ ଓ ମାତା ସଂଯୁକ୍ତା ଦଳାଇଙ୍କ ଝିଅ ଦେବସ୍ମିତା କରକରିଆ,ଏବଂ ଶିକ୍ଷକ ଦେବାଶିଷ ପଥ ଓ ମାତା: ଅନିତା ପଥଙ୍କ ଝିଅ ସୌମି ପଥ ବୋଲି ଜଣାପଡିଛି। ଏଥିନେଇ ଉଭୟ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ଉଭୟ ପରିବାରରୁ ମତ ପ୍ରକାଶ ପାଇଛି । ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ହେଲେ ପାଖିପାଖି ନଅଟି କ୍ୟାମ୍ପରେ ସଫଳତା ଅର୍ଜନ କରିବାକୁ ପଡିଥିଲା l ଭୂବନେଶ୍ବର ନବରଙ୍ଗପୁର ରାୟଗଡାର ନଅ ଟି କ୍ୟାମ୍ପରେ ଭାଗନେଇ ବିଜୟୀ ହୋଇଥିଲେ l ଏହି ଦୁଇ କ୍ୟାଡେର ୨ ଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଯୁକ୍ତ ଅନନ୍ତ ନାୟକ, ଏନ୍ ସି.ସି ଶିକ୍ଷୟତ୍ରି ଜେ ଇନ୍ଦ୍ରୁମତି ଓ ଅନ୍ଯ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରଶଂସା କହିଛନ୍ତି ଦୁଇ ଛାତ୍ରୀଙ୍କ ବାପା-ମା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏନ୍ ସି.ସି ଶିକ୍ଷୟିତ୍ରୀ ଜେ ଇନ୍ଦ୍ରୁମତିଙ୍କୁ ମଧ୍ୟ ପ୍ରସଂସା କରିଥିଲେ l ଏହି ବିଦ୍ୟାଳୟର  ଦୁଇ ଛାତ୍ରୀ ଏନ୍ ସି.ସି କ୍ୟାଡେଟ୍ ଫାଇରିଙ୍ଗ୍ ସଫଳତା ହୋଇ ରାୟଗଡା ଜିଲ୍ଲାକୁ ଏକ ଗର୍ବ ଓ ଗୌରବ ଆଣିଥିବାରୁ ଦୁଇଜଣ ଛାତ୍ରୀଙ୍କୁ ରାୟଗଡା ରେଳଷ୍ଟେସନ ଠାରେ ସ୍ୱାଗତ ଜଣାଇ ଥିବା ଦେଖିବାକୁ ମିଳିଥିଲା ।