ପୁରା ଖବର ବିଷୟରେ



ବନତତ୍ବ ବନଖଣ୍ଡ ଅଧିକାରୀ ଙ୍କ ପିସି ଚାପ ରେ ଫୋରେଷ୍ଟ ର ଙ୍କ ଆତ୍ମହତ୍ୟା ଅଭିଯୋଗ

Sep 19 2024 11:13PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡା : ରାୟଗଡା ବନତତ୍ୱ ବନଖଣ୍ଡ ଡିଭିଜନ ଅଧୀନରେ ରାୟଗଡା, କଳାହାଣ୍ଡି, କୋରାପୁଟ ଓ ବାଳଙ୍ଗୀର ଅଧୀନରେ, 4 ଗୋଟି ଜ଼ିଲ୍ଲା ଆସୁଅଛି l ବନତତ୍ୱ ବନଖଣ୍ଡ ରାୟଗଡା ଡିଭିଜନ ଦ୍ୱାରା ପରିଚାଳିତ କଳାହାଣ୍ଡି ଜ଼ିଲ୍ଲା ର ଜାରିଙ୍ଗ ହାଇଟେକ ନର୍ସରୀ ରିସର୍ଚ୍ଚସେଣ୍ଟର ରେ କାର୍ଯ୍ୟରତ ଫୋରେଷ୍ଟର ସଂଜୟ ନାୟକ (33) ଆତ୍ମହତ୍ୟା କରିଥିବାର ଜଣାପଡିଛି l ଗତ ବୁଧୁବାର ଦିନ ଭବାନୀପାଟଣା ଫୋରେଷ୍ଟ କଲୋନୀ ର କ୍ଵାଟର୍ସ ରୁ ସଞ୍ଜୟ ନାୟକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି l ବାରମ୍ବାର ପିସି ନିମନ୍ତେ ରାୟଗଡା ଡ଼ିଏଫଓ ଚାପ ପକାଇବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଏହି ସଂକ୍ରାନ୍ତ ରେ ମୃତ ସଂଜୟ ଙ୍କ ଭାଇ ରବିନାରାୟଣ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଟାଉନ ଥାନା ପୋଲିସ ଘଟଣା ସ୍ଥଳରୁ ଏକ ସୂଈସାଇଡ ନୋଟ ଜବତ କରିଛି ଯାହାକୁ ସିଲ କରି କଳାହାଣ୍ଡି ପୋଲିସ ଆରକ୍ଷୀ ଅଧକ୍ଷ ଙ୍କୁ ଜିମା ଦିଆଯାଇଥିବା ର ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ ମୃତ ସଞ୍ଜୟ ଙ୍କ ନିଜ ପୈତୃକ ଘର ରାୟଗଡା ଜ଼ିଲ୍ଲା ରାୟଗଡା ସହର ର ବ୍ରାହ୍ମଣ ସାହିରେ ପୋଲିସ ଠାରୁ ସଞ୍ଜୟ ଙ୍କ ମୃତ ଖବର ପାଇଁ ସଞ୍ଜୟ ଙ୍କ ମା ହେମଲତା ନାୟକ, ସମ୍ପର୍କୀୟ ଭାଇ ପ୍ରତାପ ନାୟକ ଓ ମାମୁଁ ସନ୍ତୋଷ ନାୟକ ଭବାନୀପାଟଣା ରେ ପହଁଞ୍ଚଥିଲେ ଇ ଶବ ଚି଼ହ୍ନଟ କରିଥିଲେ l ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ପୋଲିସ ଶବ ହସ୍ତାନ୍ତର କରିଥିଲେ l ମୃତ ସଞ୍ଜୟ ଙ୍କ ଭାଇ ରବିନାରାୟଣ ସୂଈସାଇଡ ନୋଟ ପଢି ଥିବା ପ୍ରକାଶ କରିଛନ୍ତି l ସେ ପୁଣି ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ଗତ 4 ବର୍ଷ ଧରି ଜାରିଙ୍ଗ ରିସର୍ଚ୍ଚ ସେଣ୍ଟର ରେ କାମ କରୁଥିଲେ l ମୋର ଭାଇ କୁ ରାୟଗଡା ଡ଼ିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଉଥିଲେ l ଗତ ବର୍ଷ 7 ଲକ୍ଷ ଟଙ୍କା ପିସି ମାଗିଥିଲେ l ଏହି ବର୍ଷ ସଞ୍ଜୟ ଡ଼ିଏଫଓ ଙ୍କୁ 2.50 ଲକ୍ଷ ଟଙ୍କା ସହିତ ଏକ ଏ ସି କିଣି ଦେଇଥିଲେ l ଏକ ମନ୍ଦିର ନିମନ୍ତେ 40 ହଜାର ଟଙ୍କା ଡୋନେସନ ଦେଇଥିଲେ ଓ ଡ଼ିଏଫଓ ଙ୍କ ଘରେ ଏକ ବୋରୱେଲ ଖୋଳାଇ ଥିଲେ ବୋଲି ରବିନାରାୟଣ କହିଛନ୍ତି l ରାବୁନାରାୟଣ ପୁଣି କହିଛନ୍ତିଯେ ଡ଼ିଏଫଓ ବାରମ୍ବାର ଚାକିରୀ ରୁ କାଢି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ନେଇ ସୂଈସାଇଡ ନୋଟ ରେ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି l ଗତ 1 ତାରିଖ ରେ ସଞ୍ଜୟ ଙ୍କୁ ଜବରଦସ୍ତ ବଲାଙ୍ଗୀରି ବଦଳି କରାଯାଇଥିଲା l ଡ଼ିଏଫଓ ବାରମ୍ବାର ମାନସିକ ଚାପ ଦେବାରୁ ସଞ୍ଜୟ ବାଧ୍ୟ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ୍ୟ ହେଲେ ବୋଲି ରବି କହିଛନ୍ତି l ଏହି ବିଷୟ ନେଇ ଆମେ ବନତତ୍ୱ ବନଖଣ୍ଡ ଅଧିକାରୀ ଅଫିସ କୁ ପହଂଚି ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର କୁମାର ବେହରା ଙ୍କ ପ୍ରତିକ୍ରିୟା ପାଇଁ କିଂତୁ ସେ ଭୁବନେଶ୍ୱର ଓ ରାୟଗଡା ଉଭୟ ବନଖଣ୍ଡ ଦାୟିତ୍ୱ ରେ ଥିବା ରୁ ସେ ଭୁବନେଶ୍ୱର ଯାଇଥିବା ରୁ ତାଙ୍କୁ ମିଶି ପ୍ରତିକ୍ରିୟା ନେବାର ସମ୍ଭବ ହୋଇପିରିଲା ନାହିଁ l