ପୁରା ଖବର ବିଷୟରେ



ଡ଼ଙ୍ଗରିଆ ଙ୍କ ନିଆରା ନୂଆଖାଇ

Sep 19 2024 11:11PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) କଲ୍ୟାଣ ସିଂହପୁର ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତ ଅନୁସୂଚିତ ଜନ ଜାତି ଡଙ୍ଗରିଆ କନ୍ଧ ମାନଙ୍କ ନୁଆଁଖାଇ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଆଜି ପୁର୍ଣିମା ଦ୍ଵିତୀୟା ଭାଦ୍ରବ ରେ ପ୍ରତ୍ୟେକ ବର୍ଷ ନିୟମଗିରି ଅଞ୍ଚଳ ର ଡ଼ଙ୍ଗରିଆ କନ୍ଧ ମିଳିତରେ ମାଟି ମାତା,ଧରଣୀ ମାତା ଧରଣୀ ପେନୁ କୁ ନୁଆଁଧାନ ର ଫୁଲ,ଶାଗ,ସାରୁ ଡାଳ,ତେନ୍ତୁଳି ଅନେକ ନୁଆଁ ନୁଆଁ ଫୁଲ ଫଳ ଦେଇ ପୂଜାର୍ଚନା କରିବା ସହିତ ମାଟି ମାତାକୁ ବିଶ୍ୱାସ କରି ଦେଶୀ ମଦ ଛିଞ୍ଚନ କରି କୁକୁଡ଼ା ବୋଳି ଦେଇ ରୀତିନୀତି ରେ ମାଁ ଧର୍ତି ପେନୁକୁ ଭୋଗ ଲଗେଇ ଶେଷରେ ଅନ୍ନପ୍ରସାଦ ସେବନ କରିଥାନ୍ତି l ପାର୍ସାଲି ନିୟମଗିରି ଅଂଚଳରେ ଆଜି ଘରେ ଘରେ କୁକୁଡ଼ା ଲବୋଳି ଦେଇ ପୂଜାର୍ଚନା କରି ଗୃହ ଦେବୀଙ୍କୁ ଶାନ୍ତନା କରିଥାନ୍ତି ନିୟମ ଗିରି ଅଞ୍ଚଳ ବାସୀ କହିବାଅନୁସାରେ ସର୍ବ ପ୍ରଥମେ ଧର୍ତି ପେନୁ ମାଟି ମାତା ଓ ନିୟମଗିରି ର ନିୟମ ରାଜା ରାଜା କୁ ରକ୍ତବୋଳି ଦେଇ ଆମେ ନିୟମଗିରି ଅଞ୍ଚଳ ବାସୀ ନୁଆଁ ଖାଇଥାଉ ଆମେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାଇ ନୁଆଁ ଖାଉଛୁ ବୋଲି କହିଥିବାର ଜଣା ପଡିଛି l