ପୁରା ଖବର ବିଷୟରେ



ନୂତନ ଓଡିଶା ନିୟୁଜ ପ୍ରବାଭରେ ଗାଁ ରେ ସ୍ୱାସ୍ଥ୍ୟ ଟିମ୍ |

Sep 18 2024 3:37PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ନୂତନ ଓଡିଶା ନିୟୁଜ ପ୍ରବାହରେ ଲାମ୍ବେରୀ ଗାଁ କୁ ପହଞ୍ଚିଛି କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ମିଳିତ ସ୍ୱାସ୍ଥ୍ୟ ଟିମ | ପ୍ରକାଶ ଥାଉ କି ଲାମ୍ବେରୀ ଗ୍ରାମ ରେ ଝାଡ଼ା ବାନ୍ତି ଭଳି କଲେରା ରୋଗ ବ୍ୟାପୁ ଥିବାରୁ ନୂତନ ଓଡିଶା ନିୟୁଜ ତରଫରୁ ଖବର ପ୍ରସାରଣ କରାଯାଇଥିଲା | ଏହାରି ପ୍ରବାଭରେ କଲ୍ୟାଣ ସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସ୍ୱମ୍ୟ ରଞ୍ଜନ ଜେନାଙ୍କ ନିର୍ଦେଶ କ୍ରମେ ଶିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସ୍ୱମ୍ୟ ରଞ୍ଜନ କର,କଲ୍ୟାଣ ସିଂହପୁର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ ମହାନ୍ତି,ଏ.ଡ଼ି.ଏମ.ଓ ମମତା ଚୌଧୁରୀ ୪ ଜଣ ମହିଳା ସ୍ୱାସ୍ଥ୍ୟ କର୍ମି ଗାଁ ରେ ପହଞ୍ଚି ସ୍ତିତି ଅନୁଧ୍ୟାନ କରିଥିଲେ | ସମସ୍ତ ଗ୍ରାମବାସିଙ୍କୁ ପାଣି ଫୁଟାଇ ପିଇବା ଓ ଯଥେଷ୍ଟ ପରିମାଣରେ ଓ.ଆର.ଏସ ଦ୍ରବଣ ସେବନ କରିବା ନିମନ୍ତେ ବୁଝାଇ ଥିଲେ | ଏଥି ସହ ଗ୍ରାମବାସୀ ଙ୍କ ସହଯୋଗରେ ବ୍ଲିଚିଙ୍ଗ ପାଉଡର କୁ ବାଲି ରେ ମିଶ୍ରଣ କରି ଗ୍ରାମର ଲୋକେ ବ୍ୟବହାର କରୁଥିବା ଜଳ ଉର୍ଷ ଗୁଡିକରେ ଭଲ ଭାବରେ ସକ୍ତରେ ୧ ସପ୍ତାହ ରହିବା ଭଳି ମୋଯଭୂତ ରେ ପକାଇ ଥିଲେ |