ପୁରା ଖବର ବିଷୟରେ



ଗୁଡ଼ାରୀ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ଉତ୍ସବ

Sep 18 2024 3:30PM
(ପ୍ରସାଦ ଲିମାଙ୍କ ରିପୋର୍ଟ ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ୭୪ ତମ ଜନ୍ମ ଦିବସରେ ଆଜି ଓଡିଶା ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ସୁଭଦ୍ରା ଯୋଜନାର ପ୍ରଥମ ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା । ଉତ୍ସବରେ ଯୋଗଦେଲ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମୈଦାନ ଠାରେ ଅନୁଷ୍ଠିତ ସୁଭଦ୍ରା ଯୋଜନାର ଉଦ୍ଘାଟନ ଉତ୍ସବ ଜନ ସମୁଦ୍ର ମଧ୍ୟରେ ପାଳନ କରାଯାଇଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଭର୍ଚ୍ଚୁଆଲ ମାଧ୍ୟମରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଡ଼ାରୀ ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ଠାରେ ବିଡ଼ିଓ ଅନିଶା ଦାସ, ଜଗନ୍ନାଥଙ୍କ ପ୍ରତି ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମାନଙ୍କ ଗହଣରେ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀ, ସହାୟିକା ନିର୍ବାହୀ ଯନ୍ତ୍ରୀ ଶ୍ରୀମତି ସସ୍ମିତା ଶବର, ସମିତି ଉପାଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା,ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ୯ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ ମାନେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଡ଼ିଓ ଅନିଶା ଦାସ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ,ସୁଭଦ୍ରା ଯୋଜନାର ସହାୟତା ରାଶି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ପ୍ରାପ୍ତି, ମହିଳା ସଶକ୍ତିକରଣ ଓ ସ୍ୱଚ୍ଛତା, ସ୍ୱୟଂ ସହାୟିକା ଗୋଷ୍ଠୀର ଭୂମିକା ଏବଂ ସରକାରଙ୍କ ଅଭିନଵ ପ୍ରୟାସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସୁଭଦ୍ରା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସ୍ୱଚ୍ଛତା ହିଁ ସେବା,ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ସ୍ୱଛତା ହିଁ ସେବା ପକ୍ଷ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ଆକ୍ଟାବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଏକ ଶପଥ ପାଠ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିଥିବା ୧୦ଜଣ ହିତାଧିକାରୀଙ୍କୁ ଗୃହ ପ୍ରତୀକ ଚାବି ପ୍ରଦାନ କରିଥିବା ବେଳେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ୧୨ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟଳୟର ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ଶିଶୁ ବିକାଶ ଯୋଜନାର କର୍ମଚାରୀ,ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା,ଏମବିକେ, ସିଆରପି,ଅଙ୍ଗନବାଡି କର୍ମୀ, ଓ ୨୧-୬0 ବର୍ଷର ମହିଳା ମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବିପିଏମ ମାନସ ରଞ୍ଜନ ବାରିକ ଓ ବିପିସି ଶ୍ରୀ କ୍ରାନ୍ତି କୁମାର ପାଢ଼ୀ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଶ୍ୱନାଥ ସାମଲ ମଞ୍ଚ ପରିଚାଳନା କରିଥିଲେ  ।