ପୁରା ଖବର ବିଷୟରେ



ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ

Sep 17 2024 2:36PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂବନେଶ୍ୱରରେ ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ । ଏହି ଅବସରରେ ରାୟଗଡ଼ା ଜିଲ୍ଲାର ଶ୍ରୀମତୀ ହୁଣ୍ଡାଡି ୱଡାକା ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାବ ବିନିମୟ କରିବା ଅବସରରେ ଗ୍ରହଣ କରିବେ ଯୋଜନାର ପ୍ରଥମ କିସ୍ତି ପ୍ରାପ୍ୟ । ସୂଚନା ଥାଉକି ଜିଲ୍ଲାର ବିଷମକଟକ ବ୍ଲକ୍ ଅନ୍ତର୍ଗତ ଖଜୁରୀ ଗ୍ରାମର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବର୍ଗର ଡମ୍ବରୁ ୱ।ଡାକାଙ୍କ ପତ୍ନୀ ହୁଣ୍ଡାଡି ୱଡାକା ଚଳିତ ମାସ ୬ତାରିଖରେ ଶୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ । ରାଜ୍ୟସ୍ତରରୁ ନିର୍ଦ୍ଦେଶକ୍ରମେ ଜିଲ୍ଲା ମମତା ସଂଯୋଜକ ଜିତେନ୍ଦ୍ର କୁମାର ମହାପାତ୍ର ଓ ବାଲ୍ୟବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ୧୪ତାରିଖ ଦିନ ଶ୍ରୀମତୀ ୱ।ଡାକାଙ୍କ ଗ୍ରାମକୁ ଯାଇ ତାଙ୍କ ପାରିବାରିକ ବୀବରଣୀ ସଂଗ୍ରହ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ଭୂବନେଶ୍ୱର ଯିବା ପାଇଁ ପରାମର୍ଶ ଭିତ୍ତିକ ନିମନ୍ତ୍ରଣ କରି ଆସିଥିଲେ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ସହ ୧୫ତାରିଖ ଦିନ ଶ୍ରୀମତୀ ୱ।ଡାକା ଭୂବନେଶ୍ୱର ଯାଇଛନ୍ତି । ଶ୍ରୀମତୀ ୱ।ଡାକାଙ୍କ ବୟସ ୫୮ହୋଇଥିବା ବେଳେ ପରିବାରରେ ତାଙ୍କର ୩ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସେ ସାଧାରଣତଃ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ, ସପୁରୀ ଚାଷ ତଥା ଜନଜାତି ପାରମ୍ପରିକ ପୋଷାକ (କାପଡ଼-ଗୁନ୍ଦା) ତିଆରି କରି ଜୀବନ ଅତିବାହିତ କରୁଥିବା ବେଳେ, ସୁଭଦ୍ରା ଯୋଜନାରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଅର୍ଥରାଶି ତାଙ୍କୁ ନିକଟ ବଜାର ଚାଟିକଣା ଏବଂ ବିଷମକଟକ ଆଦିକୁ ପରିବହନ ତଥା ଯାତାୟତ ନିମନ୍ତେ ସହାୟକ ହେବ ବୋଲି ସେ ଯଣାଇଛନ୍ତି ।