ପୁରା ଖବର ବିଷୟରେ



ବାଲି ବୋଝେଇ ଟ୍ରକ ଅଟକ ସହ ୪୮, ୯୨୦ ଟଙ୍କା ଜରିମାନା।

Sep 16 2024 8:21PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ଗୁଡ଼ାରୀ, ଗୁମୁଡା,ଗୁଣୁପୁର ବଂଶଧାରା ନଦୀର ବିଭିନ୍ନ ଘଟରୁ ବିଭିନ୍ନ ସ୍ଥାନକୁ ଅହରହ ବାଲି ଚାଲାଣ ହେଉଛି। ବିଶେଷ କରି ବହୁମାତ୍ରାରେ ଆନ୍ଦ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଯାହା ସରକାରଙ୍କ ରାଜସ୍ବ ବିଭାଗ ଏବଂ ସଡ଼କ ପରିବହନ ବିଭାଗର ଧାର୍ଯ୍ୟ ଓ ନୀତିନିୟମକୁ ଖୋଲମ ଖୋଲା ଉଲଂଘନ କରାଯାଉଛି। ଗତ ତା : ୧୫/୦୯/୨୦୨୪ ରିଖ ସକାଳ ୭ ଘଣ୍ଟା ସମୟରେ ଗୁଡ଼ାରୀ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁଙ୍କ ନିର୍ଦ୍ଧେଶରେ ଗୁମୁଡା ଫାଣ୍ଡି ଅଧିକାରୀ ଏସ ଆଇ ବସନ୍ତ କୁମାର ବେହେରା ଓ ଟିମ ଗୁମୁଡା ଗାଡି ଯାଞ୍ଚ କରୁଥିବା ସମୟରେ ଗୁଡ଼ାରୀ ପଟରୁ ୨ ଗୋଟି ବାଲିବୋଝେଇ ଟ୍ରକ ଯାହାର ରେଜିଷ୍ଟ୍ରେସନ ନମ୍ବର AP16TJ 0529 ଏବଂ AP39UU5006 ନମ୍ବର ବିଶିଷ୍ଟ ଟ୍ରକ ଅଟକାଇ ଯାଞ୍ଚ କରିବା ବେଳେ ଜଣାପଡିଲା କି ଟ୍ରକଟି ଆନ୍ଦ୍ରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା।ଗାଡି ଯାଞ୍ଚ ସମୟରେ ସଡ଼କ ପରିବହନ ବିଭାଗ ଅଧିକାରୀ OMVD Inspector ଜେ.ଭାରସାଗରିଆ ବେହେରା ଉପସ୍ଥିତ ରହି ଉଭୟ ଗାଡି ଯାଞ୍ଚ କରିଥିବା ବେଳେ ଗାଡିର ପୋଲ୍ଲୁସନ ଓ କାଉଣ୍ଟର ସିଗ୍ନେଚରର ସମୟସୀମା ଶେଷ ହୋଇଥିବା ବେଳେ ଗାଡ଼ିରେ ଅତ୍ୟଧିକ ମାତ୍ରାରେ ଲୋଡ଼ ରହିଥିଲା । ଫଳରେ ସଡ଼କ ପରିବହନ ବିଭାଗ ନିୟମାନୁଯାୟୀ ଉଭୟ ଗାଡିଠାରୁ ମୋଟ ୪୮,୯୨୦ ଟଙ୍କା ଜରିମାନା ଆଦାୟ କରି ରସିଦ ପ୍ରଦାନ କରିଥିଲେ। ଏହି ସମୟରେ ଆଇ. ଆଇ. ସି. ଗୁଡ଼ାରୀ ଶ୍ରୀମତି ସମର୍ପିତା ସ୍ୱାଇଁ,ଗୁମୁଡା ଫାଣ୍ଡି ଅଧିକାରୀ ଏସ. ଆଇ. ବସନ୍ତ କୁମାର ବେହେରା,ହୋମ ଗାର୍ଡ ଗିରିଧାରୀ ପାଢି, ଶଙ୍କର ପଣ୍ଡା ଏବଂ କେ. ଲିଲା କୁମାରୀ ଉପସ୍ଥିତ ରହିଥିଲେ।