ପୁରା ଖବର ବିଷୟରେ



ଗଣେଶ ପୂଜାରେ ଅର୍ଣ୍ଣ ପ୍ରସାଦ ବଣ୍ଟନ |

Sep 16 2024 4:26PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ସଦର କାମ୍ପସାହି ଛକରେ ଥିବା ରାମ ମନ୍ଦିର ପ୍ରାଙ୍ଗଣରେ ରାମ ମନ୍ଦିର ପୂଜା କମିଟି ତରଫରୁ ମହା ଆଡମ୍ବର ସହ ବିଗ୍ନ ବିନାଶାୟ ଅଗ୍ର ପୂଜାୟ ଶ୍ରୀ ଗଣେଶ ମହାପ୍ରଭୁ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | ଆଜି ତ୍ରୟଦସି ସହ ବିଶ୍ୱକର୍ମା ଙ୍କ ଦିନ ହୋଇଥିବା ରୁ ମହାପ୍ରଭୁ ଙ୍କ ପାଖରେ ଅର୍ଣ୍ଣ ପ୍ରସାଦ ଲାଗୁ କରି ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି | ଏହି ପ୍ରସାଦ ସେବନ ନିମନ୍ତେ ସହରବାସି ବହୁ ଆନନ୍ଦିତ ସହ ଧାଡି ବାନ୍ଧି ଠିଆ ହୋଇ ପ୍ରସାଦ ଖାଇଥିବା ବେଳେ ସୋମବାର ହୋଇଥିବାରୁ ପାର୍ସାଲି ଅଞ୍ଚଳ ରୁ ଆସିଥିବା ଡ଼ଙ୍ଗାରିଆ କନ୍ଧ ମହିଳା ପୁରୁଷ ମାନେ ଧାଡିରେ ଠିଆ ହୋଇ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା ଏହା ସହ ବିଭିନ୍ନ ଅଞ୍ଚଳ ରୁ କଲ୍ୟାଣ ସିଂହପୁର ବଜାରକୁ ଆସିଥିବା ଜନସାଧାରଣ ମାନେ ମହା ଆନନ୍ଦରେ ଅର୍ଣ୍ଣ ପ୍ରସାଦ କୁ ଖୁସି ମୋନବ୍ୟକ୍ତ ରେ ଖାଇଥିବା ଦେଖିବାକୁ ମିଳିଥିଲା |