ପୁରା ଖବର ବିଷୟରେ



ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଦଳଗତ ଆଲୋଚନା ଓ ସ୍ଵାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ।

Sep 15 2024 7:38PM
(ପ୍ରସାଦ ଲିମାଙ୍କ ରିପୋର୍ଟ ) ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ତଥା ମହିଳା ସଶକ୍ତିକରଣ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ଆଜି ସାରା ରାଜ୍ୟରେ ଘରେ ଘରେ ସୁଭଦ୍ରା ସ୍ୱର ସହ ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଗୋଷ୍ଠୀଗତ ବିଚାର ଓ ସ୍ଵାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ଗୁଡ଼ାରୀ ବ୍ଲକ ପ୍ରଶାସନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସିଡିପିଓ ଶ୍ରୀମତି ସବିତା ରାଣୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଘରେ ଘରେ ସୁଭଦ୍ରା ନାରାରେ ସଦର ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲେ । କଲ୍ୟାଣ ମଣ୍ଡପ ଅନ୍ତଃଗୃହରେ ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ଗୋଷ୍ଠୀଗତ ଆଲୋଚନା କରିବା ସହ ଉପସ୍ଥିତ ମହିଳା ମାନଙ୍କୁ ନେଇ ସ୍ଵାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତି ସବିତାରାଣୀ ପାଣିଗ୍ରାହୀ, ବିପିଏମ ମାନସ ରଞ୍ଜନ ବାରିକ, ବିପିସି କ୍ରାନ୍ତି କୁମାର ପାଢ଼ୀ, ବ୍ଲକର କର୍ମଚାରୀ, ଶିଶୁ ବିକାଶ ଯୋଜନାର ସୁପରଭାଇଜର ଓ କର୍ମଚାରୀ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ୨୧ ବର୍ଷରୁ ୬୦ ବର୍ଷର ମହିଳାମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବିପିଏମ ମାନସ ରଞ୍ଜନ ବାରିକ ଓ ବିପିସି କ୍ରାନ୍ତି କୁମାର ପାଢ଼ୀ ପରିଚାଳନା କରିଥିଲେ। ସେହିପରି ଗୁଡ଼ାରୀ ବ୍ଲକର ୯ ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପାଳନ କରାଯାଇଥିବା ସୂଚନା ମିଳିଛି ।