ପୁରା ଖବର ବିଷୟରେ



ଗୁଡ଼ାରୀ ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ରଥକୁ ସ୍ୱାଗତ l

Sep 15 2024 6:22AM
(ପ୍ରସାଦ ଲିମାଙ୍କ ରିପୋର୍ଟ ) ରାଜ୍ୟରେ ସରକାରଙ୍କ ପକ୍ଷରୁ ପାରିତ ସୁଭଦ୍ରା ଯୋଜନା ସଚେତନତା ରଥ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗତ ୭/୯/୨୦୨୪ ତାରିଖରେ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଆଜି ଗୁଡ଼ାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ତରଫରୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତି ସସ୍ମିତା ଶବର, ସମିତି ଅଧ୍ଯକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଅନିତା ପାଣିଗ୍ରାହୀ, ଓଡିଶା ଜୀବିକା ମିଶନ ବିପିଏମ ମାନସ ରଞ୍ଜନ ବାରିକ, ବିପିସି ମିଶନ ଶକ୍ତି କ୍ରାନ୍ତି କୁମାର ପାଢ଼ୀ,ପିଇଓ କିଶୋର ସାହୁ, ପରିଷଦ ଗୁଡ଼ାରୀର ପ୍ରତ୍ୟେକ ଅଙ୍ଗନବାଡି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ l ଗୁଡ଼ାରୀ ବ୍ଲକ ୯ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବା ନିମନ୍ତେ ସମିତି ଅଧ୍ଯକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡ଼ାରୀ ବ୍ଲକ ଓ ପରିଷଦରେ ଆଜିଠୁ ତିନିଦିନ ଧରି ପରିକ୍ରମା କରିବ ବୋଲି ସୂଚନା ମିଳିଥିବା ବେଳେ ଆଜି ବ୍ଲକର ଅସଡ଼ା, ଶିରୀଗୁଡା, ଓ କଦମା ଗ୍ରାମପଞ୍ଚାୟତର ପ୍ରତି ଗ୍ରାମରେ ପରିକ୍ରମା କରିଥିବା ସୂଚନା ମିଳିଛି ।ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ ମାନସ ରଞ୍ଜନ ବାରିକ ଓ ବିପିସି କ୍ରାନ୍ତି କୁମାର ପାଢ଼ୀ ପରିଚାଳନା କରିଥିଲେ।