ପୁରା ଖବର ବିଷୟରେ



ଗୁଡ଼ାରୀ ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାନ ଠାବ, ଜଣେ ଗିରଫ।

Sep 14 2024 8:50AM
( ପ୍ରସାଦ ଲିମା ଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡ଼ାରୀ ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାନ ରୋକିବା ପାଇଁ ଚେଷ୍ଟିତ। ଫଳରେ ଲଗାତାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ଗୁଡ଼ାରୀ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗୁଡ଼ାରୀ ପୋଲିସ ଗୁଡ଼ାରୀ -ଗୁମୁଡା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପଦ୍ମପୁର ଅଞ୍ଚଳରୁ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଗୁଡ଼ାରୀ ପୋଲିସ ହାତରେ ଧରା ପଡିଥିଲା। ଗୁଡ଼ାରୀ ପୋଲିସ ସମ୍ପୃକ୍ତ ଆସାମୀଙ୍କ ଠାରୁ ୨୯. ୨୦୦ କେଜି ଗଞ୍ଜେଇ, ଗୋଟିଏ ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ ଏବଂ ମୋଟ ୫୦୦ ଟଙ୍କା ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୁଡ଼ାରୀ ଥାନା କେସ ନମ୍ବର ୯୪/୨୪ ରେ ଏକ ମାମଲା ରୁଜୁ କରାଯାଇ ୧୩-୦୯-୨୦୨୪ ତାରିଖ ଅପରାହ୍ନ ୫ ଘଣ୍ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଗୁଡ଼ାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ ସୂଚନା ପ୍ରଦାନ କରିଥିବା ବେଳେ ଉକ୍ତ କେସର ତଦନ୍ତକାରୀ ଅଧିକାରୀ ଭାବେ ଏସ. ଆଇ ବସନ୍ତ କୁମାର ବେହେରା ତଦନ୍ତ କରୁଥିବା ସୂଚନା ମିଳିଛି।