ପୁରା ଖବର ବିଷୟରେ



ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ଜିଲ୍ଲାପାଳ ଜନସେବା କେନ୍ଦ୍ର ପରିଦର୍ଶନ l

Sep 12 2024 7:55PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡ:- ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ରାୟଗଡ ସହର ଓ ରାମନାଗୁଡ଼ା ବ୍ଲକର ବିଭିନ୍ନ ଜନସେବା କେନ୍ଦ୍ର ଅଚାନକ ପରଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ନିଜେ ବ୍ୟକ୍ତିଗତ ଭାବେ ଆବେଦନ ପାଇଁ ଆସିଥିବା ମହିଳା ଓ ଜନସେବା କେନ୍ଦ୍ର ଦାୟିତ୍ୱରେ ଥିବା କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ l ଆବେଦନ କରି ଯେପରି ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ କେନ୍ଦ୍ର ଦାୟିତ୍ୱରେ ଥିବା ପରିଚlଳକଙ୍କୁ କହିଥିଲେ l ଜିଲ୍ଲାପାଳଙ୍କ ସହିତ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ, ପୌର ନିର୍ବାହୀ ଅଧିକାରୀ,ସୌମ୍ୟରଞ୍ଜନ ମିଶ୍ର,ସିଡିପିଓ ରାୟଗଡ ମିନାକ୍ଷୀ ଦାଶ ଆଦି ଉପସ୍ଥିତ ଥିଲେ l ସେହିପରି ଜିଲ୍ଲାର ବିଭିନ୍ନ ଅଂଚଳରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ଆଦେଶ କ୍ରମେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଜିଲ୍ଲାର ଵିଷମକଟକ, ମୁନିଗୁଡା ବ୍ଲକକୁ ତଦାରଖ କରିଥିଲେ l ସିଡିଓ ତଥା ଇଓ ଜ଼ିଲ୍ଲାପରିଷଦ କଳନlରl ଓ ଗୁଣୁପୁର ବ୍ଲକ ଓ ଗୁଣୁପୁର ପୌରପରିଷଦର ବିଭିନ୍ନ ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ବୁଲି ଅନୁଧ୍ୟାନ କରିଥିଲେ l ସେହିପରି ଗୁଣୁପୁର ଉପଜିଲ୍ଲାପାଳ ପଦ୍ମପୁର, ଗୁଡ଼ାରୀ ବ୍ଲକ ଓ କଲ୍ୟାଣ ସିଂପୁର ବ୍ଲକ ତଦାରଖ କରିଥିଲେ l