ପୁରା ଖବର ବିଷୟରେ



ସୁଭଦ୍ରା ଯୋଜନା ପ୍ରଚାର ରଥ ର ଶୁଭ ଉଦ୍ଘାଟନ |

Sep 12 2024 4:20PM
( କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) କଲ୍ୟାଣ ସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ସୁଭଦ୍ରା ଯୋଜନା ପ୍ରଚାର ରଥ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଏହି ସୁଭଦ୍ରା ଯୋଜନା ପ୍ରଚାର ରଥ ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ କଲ୍ୟାଣ ସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ମନୀଷା ଦାସ ଙ୍କ ନେତୃତ୍ୱ ରେ ବ୍ଲକ ପ୍ରଶାସନ ଙ୍କ ଦ୍ୱାରା ପୂଜା ପାଠ ଧୂପ ଦ୍ୱୀପ ହୁଳହୁଳି ସହ ଆଗମନ କରିଥିଲେ l ଏହି ଶୁଭ ଉଦଯାପନୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ତହସିଲଦାର ରଞ୍ଜନ କୁମାର ମାନସେଠ ଯୋଗ ଦେଇଥିବା ବେଳେ କଲ୍ୟାଣ ସିଂହପୁର ଶିଶୁ ବିକାଶ ଅଧିକାରିଣୀ ମମତା ରାଣୀ ଦାସ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ ପ୍ରଧାନୀ ସହ ବରିଷ୍ଠ କଂଗ୍ରେସ କର୍ମୀ ଚିନ୍ତାଲି ନାଗେଶ୍ୱର ରାଓ, ଗୁଡଲା ପ୍ରସାଦ ରାଓ ଙ୍କ ଉପସ୍ଥିତି ରେ ବ୍ଲକର ଅନେକ ଅଙ୍ଗନୱାଡି କର୍ମି ଓ ଓ.ଏଲ.ଏମ ର କର୍ମଚାରିଣୀ ମାନେ ଉପସ୍ଥିତ ରହିଥିଲେ |