ପୁରା ଖବର ବିଷୟରେ



ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଗୁରୁଦାୟିତ୍ୱ

Sep 10 2024 10:57PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡ:-ତା. ୧୦/୦୯- ସୁଭଦ୍ରା ଯୋଜନାର ଜିଲ୍ଲାସାରl ଆବେଦନ ପ୍ରକ୍ରିୟା ଚାଲୁରହିଛି l ଜିଲ୍ଲାର ୨୧ବର୍ଷରୁ ଉର୍ଦ୍ଧ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ, ସେମାନେ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି l ଏନେଇ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ୍, ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଗୁଡିକ ର ଦାୟିତ୍ୱ ବଣ୍ଟନ କରିଛନ୍ତି l ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଜିଲ୍ଲାର ଵିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକକୁ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି l ସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ନିହାରରଞ୍ଜନ କହଁରଙ୍କୁ ଜିଲ୍ଲାର କୋଲନରl, ଗୁଣୁପୁର, ରାୟଗଡ ପୌରପରିଷଦ ଓ ଗୁଣୁପୁର ପୌର ପରିଷଦ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ସହଟାଙ୍କୁ ଜିଲ୍ଲାର ପଦ୍ମପୁର, ଗୁଡ଼ାରୀ ଓ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦ ଓ ରାମନାଗୁଡ଼ା ବ୍ଲକରେ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀଙ୍କୁ ରାୟଗଡ଼, କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାର ସମସ୍ତ ୨୦୮୩ଅଙ୍ଗନବାଡ଼ି କେନ୍ଦ୍ର ରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ମିଳୁଥିବା ବେଳେ, ମୋଟ ୭୨୭ଜନସେବା କେନ୍ଦ୍ର, ୧୦୦ଟି ମୋ ସେବା କେନ୍ଦ୍ରରେ ଜିଲ୍ଲାର ମହିଳା ମାନେ ଆବେଦନ କରୁଛନ୍ତି l ସୂଚନା ଥାଉକି ଯୋଗ୍ୟ ମହିଳା ମାନଙ୍କୁ ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ଦିଆଯିବ l ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ l ଜନସାଧାରଣଙ୍କ ସୁଭଦ୍ରା ସଚେତନତା ପାଇଁ ଛଅଗୋଟି ସଚେତନତାରଥ ଜିଲ୍ଲାର ବିଭିନ୍ନ ବ୍ଲକରେ ଗତ ୭ତାରିଖରୁ ଆରମ୍ଭ କରି ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ପ୍ରଚାର ସହ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ଖବର ସଂଗ୍ରହ ବେଳକୁ ଜିଲ୍ଲାର ୧୮ହଜାର ୨୦୦ରୁ ଅଧିକ ଆବେଦନକାରୀ ଏଥି ନିମନ୍ତେ ଆବେଦନ କରିସାରିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।