ପୁରା ଖବର ବିଷୟରେ



ଜିଲ୍ଲାପାଳ ରାୟଗଡଙ୍କ ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ l

Sep 10 2024 7:21PM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡ:-ତା. ୧୦/୦୯-ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପତାୱରୀ, ଆଜି ଜିଲ୍ଲା ସଂସ୍କୃତି ଭବନ ପରିଦର୍ଶନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିମନ୍ତେ ନୂତନ କୋଠା ନିର୍ମାଣ ନିମନ୍ତେ ସଠିକ ସ୍ଥାନ ନିରୂପଣ ଉପରେ ଅନୁଧ୍ୟାନ କରିଥିଲେ l ନୂତନ କଥାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,ସୂଚନା କେନ୍ଦ୍ର ଓ ପାଠାଗାର,ଦୃଶ୍ୟ ଶ୍ରାବ୍ୟ ଭଣ୍ଡାର ଗୃହ, ପ୍ରେସ ଲାଉଞ୍ଜ ପାଇଁ ବ୍ୟବସ୍ଥା କରାଯିବ l ଜିଲ୍ଲା ସାଂସ୍କୃତିକ ଭବନ ଭିତରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜିଲ୍ଲାସଂସ୍କୃତି କାର୍ଯ୍ୟାଳୟ, ଜିଲ୍ଲାପାଠାଗାର ଓ ମି୍ୟୂଜମ ଚାଥିବା ଦେଖିଲେ l ଜିଲ୍ଲାସଂସ୍କୃତି ଭବନରେ ପାଠାଗାର କାର୍ଯ୍ୟକାରୀ ହେଉଥିବାରୁ ଓ ପାଠକ ମାନଙ୍କ ନିମନ୍ତେ ସୁସ୍ଥ ପରିବେଶ ଆବଶ୍ୟକ ହେଉଥୁବାରୁ ପୂର୍ବତନ ଜିଲ୍ଲାପାଳ ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ପ୍ରେସ୍ର ଲାଉଞ୍ଜ ପରିଚାଳନା ନିମନ୍ତେ ଜିଲ୍ଲାସଂସ୍କୃତି ଭବନ ପଛପଟେ ଥିବା ଖାଲି ଜାଗାକୁ ଲୋକସମ୍ପର୍କ ବିଭାଗକୁ ଅlବଣ୍ଠିତ କରିଥିଲେ l ଏହି ସ୍ଥାନରେ ନିର୍ମାଣ ନିମନ୍ତେ ବଜେଟ ଅଟକଳ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପଠାଇବା ପୂର୍ବରୁ ବର୍ତ୍ତମାନ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ବିସ୍ତୃତ ଭାବରେ ଅନୁଧ୍ୟାନ କରିଥିଲେ ଓ କୋଠାବାଡି ବିଭlଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଆଜି ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲାକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗର ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତିକ ବିଭାଗର ସମସ୍ତ କର୍ମଚାରୀ,କିଛି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l