ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲାରେ OUWJ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ.

Sep 9 2024 6:55AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ରାୟଗଡା ଠକର ବାପା ଆଶ୍ରମ ପରିସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ଖଗେଶ୍ୱର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା. ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ OUWJ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତପନ ହିଆଲ, ବର୍ତ୍ତ ହରିଜନ, ch.ଶ୍ରୀନିବାସ, ଗୋପ ରଞ୍ଜନ ବକ୍ସିପାତ୍ର,ଶ୍ରମିକ ନେତା ନିରଞ୍ଜନ ପାତ୍ର, ପ୍ରମୁଖ ମଂଚାସୀନ ଥିଲେ. ଆଜି ପବିତ୍ର ନୂଆଖାଇ ଦିବସରେ ଅତିଥି ମାନଙ୍କ ଦ୍ୱାରା ouwj ର ଲୋଗ ଉନ୍ମୋଚନ କରାଯାଇଛି. ଏହି ଅବସରରେ ଜିଲ୍ଲା ର ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ସଙ୍ଘ ର ଆଭିମୁଖ୍ୟ ଏବଂ ସଙ୍ଘ ସମ୍ପର୍କ ରେ ମତ ବ୍ୟକ୍ତ କରିଥିଲେ.. Ouwj ରାୟଗଡା ସମେତ ଦକ୍ଷିଣ ଓଡିଶା ରେ ସବୁ ବ୍ଲକ ରେ ସାମ୍ବାଦିକଙ୍କ ସହ ସଙ୍ଘ କିଭଳି କାର୍ଯ୍ୟ କରିବ ତାହା ଉପରେ ଆଲୋଚନା ହେଇଥିଲା.. ଆଜିର ଉତ୍ସବ ରେ ରାୟଗଡା ଜିଲ୍ଲାର ପ୍ରସାଦ ଲିମା, ରୁଦ୍ର ଚୌଧୁରୀ, ସୁପ୍ରିୟା ଷଡ଼ଙ୍ଗୀ, କିଶୋର ମହାନନ୍ଦିଆ, ତେଲି ନାୟକ, ଅଜିତ ଭତ୍ରୀୟା, ରବୀନ୍ଦ୍ର ସାହୁ, ଶେଖର ଖୁରା, ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ. ଶେଷରେ jk ପେପର ମିଲ ର ଲୋକ ସମ୍ପର୍କ ଅଧିକାରିଣୀ ସ୍ମୃତିରେଖା କର ଯୋଗ ଦେଇ ବିଦ୍ୟାଳୟ ର ପିଲାମାନଙ୍କୁ ଖାତା ଓ କମ୍ପାସ ବାକ୍ସ ବଣ୍ଟନ କରିଥିଲେ. କାର୍ଯ୍ୟକ୍ରମ କୁ ଗୁଡ଼ାରୀ ସାମ୍ବାଦିକ ପ୍ରସାଦ ଲିମା ସଂଯୋଜନା କରିଥିଲେ..